ଭାରତ ସରକାରଙ୍କ କରୋନା ମୁକାବିଲାରେ ସହଯୋଗର ହାତ ବଢାଇଲେ ଜଣାଶୁଣା ଉଦ୍ୟୋଗପତି, ଦେଶପାଇଁ ଜରୁରୀ କରୋନା ବିପକ୍ଷରେ ଯୁଦ୍ଧ

କେନ୍ୟୁଜ୍(ବ୍ୟୁରୋ):  ଭାରତରେ ବେକାବୁ ହେବାରେ ଲାଗିଛି କରୋନା ଭାଇରସ। ଆଜି ସନ୍ଧ୍ୟା ସୁଦ୍ଧା ଭାରତରେ ୩୬୦ ଟି କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ଦେଶର ପାଖାପାଖି ୭୫ଟି ଜିଲ୍ଲାକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଦିଆଯାଇଛି।  କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଏହି ମାରାତ୍ମକ ଭାଇରସ କବଳରୁ ଲୋକଙ୍କୁ ସରକ୍ଷା ଦିଆଯାଇପାରିବ ସେନେଇ ବିଶେଷ ପଦକ୍ଷେପମାନ ନେଇ ସାରିଛନ୍ତି। ଏଥିପାଇଁ ଚିକିତ୍ସା ଓ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଉପଲବ୍ଧ କରାଇଛନ୍ତି। ଏଭଳି ସ୍ଥିତିରେ  ଦେଶର ବିଶିଷ୍ଟ  ଉଦ୍ୟୋଗପତି ମାନେ ଆଗେଇ ଆସିଛନ୍ତି ଏଭଳି ଘଡି ସନ୍ଧି ମୁହୁର୍ତ୍ତରେ ସରକାରଙ୍କୁ  ସହଯୋଗ କରିବା ପାଇଁ। ବେଦାନ୍ତ ରିସୋର୍ସ ଲିମିଟେଡର ଏକଜୁକେଟିଭ ଚେୟାର ମ୍ୟାନ ଅନିଲ ଅଗ୍ରୱାଲ ସରକାରଙ୍କୁ  ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଏଥିପାଇଁ ଟ୍ବିଟକରି  କହିଛନ୍ତି ‘ମୁଁ ଏହି ମହାମାରୀ ବିପକ୍ଷରେ ଯୁଦ୍ଧ କରିବାକୁ ୧୦୦ କୋଟି ଟଙ୍କା ଦେବା ପାଇଁ ଶପଥ ନେଉଛି’।

ସେହିପରି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା କହିଛନ୍ତି  ମହାମାରୀ ବିଶେଷଜ୍ଞଙ୍କ ବିଭିନ୍ନ ରିପୋର୍ଟ ଅନୁସାରେ, ଭାରତ ପ୍ରଥମରୁ କରୋନାର ବ୍ୟାପିବାରେ ତୃତୀୟ ପର୍ଯ୍ୟାୟକୁ ଯିବାର ଯଥେଷ୍ଟ ସମ୍ବାବନା ରହିଛି।  ଏଥିରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଲକ୍ଷାଧିକ ହେବାର ଆଶଙ୍କା ରହିଛି।  ଯେଉଁଥିରେ ଚିକିତ୍ସା ବିଜ୍ଞାନ ଉପରେ ବେଶି ଚାପ ପଡିବାର ସମ୍ଭାବନା ରହିଛି। ଅନନ୍ଦ ମହିନ୍ଦ୍ରା ଏହା ମଧ୍ୟ କହିଛନ୍ତି  ଏହି ଅଦ୍ଭୂତପୂର୍ବ ସ୍ତରରେ ମୁଁ  ସାହାର୍ଯ୍ୟ କରିବା ପାଇଁ ଆମର ମହିନ୍ଦ୍ରା ସମୂହରେ ତୁରନ୍ତ କାମ ଆରମ୍ଭ କରିବୁ, ଯାହାଦ୍ବାରା ଆମ ବିନିର୍ମାଣ ସୁବିଧାସବୁ ଭେଣ୍ଟଲେଟର ହୋଇପାରିବ। ମହିନ୍ଦ୍ରା ହୋଲଡେଜର ରିସୋର୍ଷ୍ଟକୁ ଆମେ ଅସ୍ଥାୟୀ ଦେଖାରଖା ସୁବଧା ରୂପରେ ଦେବାପାଇଁ ପ୍ରସ୍ତୁତ ଅଛୁ।

ମହନ୍ଦ୍ରା  କହିଛନ୍ତି ଯେ, ଆମେ ସହଯୋଗୀଙ୍କ ଫଣ୍ଡରେ ସ୍ବଚ୍ଛରେ ଯୋଗଦାନ କରିବା ପାଇଁ ପୋତ୍ସାହିତ କରିବୁ।  ମୁଁ ନିଜର ଦରମାର ୧୦୦% ଯୋଗଦାନ ଦେବି ଓ ଆସନ୍ତା କିଛି ମାସ ମଧ୍ୟରେ  ଆହରି ବଢାଇଦେବି।  ମୁଁ ନିଜର ସମସ୍ତ ବ୍ୟବସାୟଙ୍କ ଠାରୁ  ଆଶା ରଖିଛି ଯେ ସେମାନେ ସେହି ଲୋକମାନଙ୍କ ପାଇଁ ଯୋଗାଦନ ଦିଅନ୍ତୁ  ଯେଉଁମାନେ ନିଜର ପରିସ୍ଥିତିର ତନ୍ତ୍ରରେ ବେଶୀ ଅସ୍ତବ୍ୟସ୍ଥ ହୋଇପଡିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.