Below header

କରୋନା ଭାଇରସକୁ ନିପାତ କରିପାରୁଥିବା ଆଣ୍ଟିବଡ଼ିର ସନ୍ଧାନ ପାଇଲେ ବ୍ରିଟେନ୍‌ ବୈଜ୍ଞାନିକ

ବ୍ରିଟେନ୍‌ର ବୈଜ୍ଞାନିକମାନେ ଏବେ ଏପରି ଆଣ୍ଟିବଡ଼ିର ସନ୍ଧାନ ପାଇଛନ୍ତି ଯାହାକି କରୋନା ନିପାତ କରିବାରେ ଏକ ଅମୋଘ ଅସ୍ତ୍ର ହେବ । ହାରେଓ୍ଵଲ୍‌ ଠାରେ ଥିବା ନନ୍‌ ପ୍ରଫିଟ୍‌ ଅର୍ଗାନାଇଜେସନ୍‌ ଡାଇମଣ୍ଡର ବୈଜ୍ଞାନିକମାନେ ଉଚ୍ଚମାନର ଏକ୍ସ ରେ ମେସିନ୍‌ ବ୍ୟବହାର କରି କରୋନା ସଂକ୍ରମିତ ରୋଗୀଙ୍କ ରକ୍ତକୁ ବିଶ୍ଲେଷଣ କରିଥିଲେ । ସେଥିରୁ ସେମାନେ ଏକ ଆଣ୍ଟିବଡ଼ି ଦେଖିବାକୁ ପାଇଥିଲେ ଯାହା କରୋନା ଭାଇରସକୁ ନିପାତ କରିଦେବ ।

antibody 1

ସେଥିରୁ ସେମାନେ ଏକ ଆଣ୍ଟିବଡ଼ି ଦେଖିବାକୁ ପାଇଥିଲେ ଯାହାକୁ ସେମାନେ ୨୦୦୪ ମସିହାରେ ସାଂଘାତିକ ଶ୍ୱାସ ସଂକ୍ରମିତ ରୋଗୀ(ସିଭିୟର ଆକ୍ୟୁଟ୍‌ ରେସ୍‌ପିରୋଟାରି ସିଣ୍ଡ୍ରମ୍‌ )ଙ୍କ ଠାରେ ଦେଖିବାକୁ ପାଇଥିଲେ ।

ରୋଗୀ ଦେହରେ ଥିବା ଏହି ଆଣ୍ଟିବଡ଼ି ପ୍ରାକୃତିକ ରକ୍ଷକ ଭାବେ କାମ କରିବ ଏବଂ କରୋନା ଭାଇରସ ବିରୋଧରେ ଲଢ଼ାଇ କରି ଭାଇରସକୁ ନିପାତ କରିଦେବ । ଶ୍ୱାସ ସଂକ୍ରମିତ ରୋଗୀ(ସିଭିୟର ଆକ୍ୟୁଟ୍‌ ରେସ୍‌ପିରୋଟାରି ସିଣ୍ଡ୍ରମ୍‌ )ଙ୍କ ଅପେକ୍ଷା ଏହା କରୋନା ଭାଇରସ୍‌ ଉପରେ ଭଲ କାମ କରିବ ବୋଲି ଡାଇମଣ୍ଡ ଡେପୁଟି ଲାଇଫ୍‌ ସାଇନ୍ସ ଡାଇରେକ୍ଟର ପ୍ରଫେସର ଇଭାନସ୍‌ ଏଠାରେ ଦୈନିକ ଟେଲିଗ୍ରାଫ୍‌କୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.