ବିଶ୍ବ ଆରୋଗ୍ୟ ଚେତନା ସମିତିର ନିଆରା ପଦକ୍ଷେପ, ମହାମାରୀ କରୋନାରୁ ବର୍ତ୍ତିବା ଓ ସରକାରଙ୍କୁ ସହଯୋଗ ପାଇଁ ପୋଷ୍ଟର ମାଧ୍ୟମରେ ମାଓବାଦୀଙ୍କୁ ଅପିଲ

କନ୍ଧମାଳ(କେନ୍ୟୁଜ୍):  ମାରତ୍ମକ କରୋନାରୁ ବର୍ତ୍ତିବା ପାଇଁ ନିଆରା ସଚେତନତା। ମାଓବାଦୀଙ୍କୁ ଏହି କରୋନାରୁ ରକ୍ଷା ପାଇଁ ଓ ସରକାରଙ୍କୁ ଏହି ଘଡି ସନ୍ଧି ମୁହୂର୍ତ୍ତରେ ସହଯୋଗ କରିବା ପାଇଁ ପୋଷ୍ଟର ମାଧ୍ୟମରେ ବର୍ତ୍ତା ଦେଇଛନ୍ତି ବିଶ୍ଵ ଆରୋଗ୍ୟ ଚେତନା ସମିତି ସଙ୍ଗଠନ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତରେଦେଖିବାକୁ ମିଳିଥିଲା ଏଭଳି ନିଆରା ଚିତ୍ର।  ଅପହଞ୍ଚ ଇଲାକାରେ ଜୀଵନ କାଟୁଥିବା ମାଓବାଦୀଙ୍କ ଜୀବନ ରକ୍ଷା ପାଇଁ ଏଭଳି ସଚେତନତାର ବାର୍ତ୍ତା ଦେବାକୁ ପଛେଇ ନାହିଁ ବିଶ୍ଵ ଆରୋଗ୍ୟ ଚେତନା ସମିତି ଅନୁଷ୍ଠାନ । ପୋଷ୍ଟର ମାଧ୍ୟମରେ ସାଡ଼ିଙ୍ଗିଆ ପଞ୍ଚାୟତ କିଛି ଗାଁରେ ମାଓବାଦୀଙ୍କୁ ସଚେତନ କରି ଏହି ପୋଷ୍ଟର ଲେଖା ଯାଇଛି। ଯେଉଁଥିରେ ଲେଖାଯାଇଛି  ଜାତୀୟ ବିପତ୍ତି କାଳରେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସହଯୋଗ କରି ନିଜକୁ ସରକାରଙ୍କ ପାଖରେ ଆତ୍ମସମର୍ପଣ କରିଦିଅନ୍ତୁ, ଓ ନିଜ ଅଞ୍ଚଳର ସୁରକ୍ଷା ଦିଗରେ କାର୍ଯ୍ୟ କରନ୍ତୁ।

 

mao poster

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.