ଆଜି ଠାରୁ ଆରମ୍ଭ ସ୍ପେଶାଲ ଡ୍ରାଇଭ, କୋଭିଡ ନିୟମ ପାଳନ ଉପରେ ରହିବ କଡ଼ା ନଜର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆଜି ଠାରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିବାକୁ ସବୁ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଆଜିଠାରୁ ଆରମ୍ଭ ହୋଇ ସ୍ପେଶାଲ ଡ୍ରାଇଭ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ କୋଭିଡ ନିୟମ ପାଳନ ଉପରେ କଡ଼ା ନଜର ରଖାଯିବ ।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା କିପରି ରକ୍ଷା ହେଉଛି ତା ଉପରେ ଗୁରୁତ୍ୱ ଦିଆଯିବ । ସେପଟେ କୋଭିଡ୍‌ ସମ୍ପର୍କିତ କାମର ସୁପରିଚାଳନା ପାଇଁ ସ୍ୱାସ୍ଥ୍ୟ ବିଭାଗ ୩୪ ଜଣ ଡାକ୍ତରଙ୍କୁ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଓ ପୁରୀ ଜିଲ୍ଲାରେ ନିୟୋଜିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.