Below header

ମଧ୍ୟସ୍ଥ ଦିଅ ଯବାନଙ୍କୁ ଛାଡିବୁ: ଦଣ୍ଡକାରଣ୍ୟ ମାଓବାଦୀ ସ୍ପେଶାଲ ଜୋନ୍‌ କମିଟିର ମୁଖପାତ୍ର ବିକଳ୍ପଙ୍କ ପ୍ରେସ୍‌ ବିଜ୍ଞପ୍ତି

କେନ୍ଯୁଜ୍: ଛତିଶଗଡ଼ ବିଜାପୁର ନକ୍ସଲ ଏନ୍‌କାଉଣ୍ଟର ପରେ ମାଓବାଦୀଙ୍କ କବ୍‌ଜାରେ କୋବ୍ରା କମାଣ୍ଡର ରାକେଶ୍ୱର ସିଂହ ମାନହାସ । ସେ ମାଓବାଦୀଙ୍କ କବ୍‌ଜାରେ ବେଶ ସୁରକ୍ଷିତ ଅଛନ୍ତି । ତାଙ୍କୁ ଫେରାଇ ଦେବା ପାଇଁ ମାଓବାଦୀଙ୍କ ଆପତ୍ତି ନାହିଁ । ଏଥିପାଇଁ ସରକାର ଆଲୋଚନାକୁ ଆସନ୍ତୁ, ପ୍ରଥମେ ମଧ୍ୟସ୍ଥଙ୍କ ନାଁ ଘୋଷଣା କରନ୍ତୁ । ସିପିଆଇ-ମାଓବାଦୀ ସଂଗଠନର ଦଣ୍ଡକାରଣ୍ୟ ମାଓବାଦୀ ସ୍ପେଶାଲ ଜୋନ୍‌ କମିଟିର ମୁଖପାତ୍ର ବିକଳ୍ପ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି ।

ବନ୍ଧକ ଯବାନଙ୍କୁ ମାଓ ସଂଗଠନ ସୁରକ୍ଷିତ ଫେରାଇ ଦେବେ ବୋଲି ବିକଳ୍ପ କହିଛନ୍ତି । ସେହିପରି ଏହି ସଂଘର୍ଷରେ ୧୪ଟି ଅତ୍ୟାଧୁନିକ ବନ୍ଧୁକ, ୨ ହଜାରରୁ ଅଧିକ ଗୁଳି ଓ ଯବାନଙ୍କ ଅନେକ ସରଞ୍ଜାମ ଲୁଟି ନେଇଛନ୍ତି ମାଓବାଦୀ । ପୋଲିସ ମାଓବାଦୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ ଜଣ ସାଥୀ ମାଓବାଦୀ ନିହତ ହୋଇଥିବା ମାଓ ମୁଖପାତ୍ର ସ୍ୱୀକାର କରିଛନ୍ତି । ଏହି ଆକ୍ରମଣରେ ୨୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ହୋଇଥିବା ବିକଳ୍ପ ଦାବି କରିଛନ୍ତି ।

ମାଓ ନେତା ହିଡମା ନେତୃତ୍ୱରେ ପାଖାପାଖି ୭୦୦ ମାଓବାଦୀ ଯବାନଙ୍କୁ ୩ ପଟୁ ଘେରି ଆଖିବୁଜା ଗୁଳି ବର୍ଷା କରିଥିଲେ । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି । ୧୨ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସିଆରପିଏଫ୍‌ ପକ୍ଷରୁ କୁହାଯାଇଛି । ଏକ ଡ୍ରୋନ୍‌ ଭିଡିଓରୁ ସ୍ପଷ୍ଟ ହୋଇଛି ଯେ, ୧୨ରୁ ଅଧିକ ସାଥୀଙ୍କ ମୃତଦେହ ମାଓବାଦୀମାନେ ଦୁଇଟି ଟ୍ରାକ୍ଟରରେ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.