‌କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ସବୁ ରାଜ୍ୟରେ ବଢୁଛି ଆମ ରାଜ୍ୟରେ ବି ବଢୁଛି । ମେଡ଼ିକାଲ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପରିମାଣରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବ ସେହି ହିସାବରେ ବେଡ଼ ବୃଦ୍ଧି କରାଯିବ । ଲୋକଙ୍କ ଯା’ ଆସ ଉପରେ କିଛି କଟକଣା ଲାଗିଛି । ଲୋକଙ୍କୁ ସଚେତନ କରାଯାଉଛି । ଅକ୍ସିଜେନ, ଭେଣ୍ଟିଲେଟର ଆବଶ୍ୟକତା ନେଇ ତର୍ଜମା ଚାଲିଥିବା କହିଛନ୍ତି ନିରଞ୍ଜନ ମିଶ୍ର ।

ଅନ୍ୟପଟେ ଆଜି ରାଜ୍ୟରେ ପହଁଚିବ ୨ ଲକ୍ଷ ୭୧ ହଜାର କୋଭିସିଲଡ୍‌ ଟିକା । ଆଜି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ୭୭୫ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଭୁବନେଶ୍ୱର ସମେତ ୮ଟି ଓ୍ଵାର୍କ ପ୍ଲେସରେ ଟିକାକରଣ ଆରମ୍ଭ ହୋଇଛି । ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ଖୋର୍ଦ୍ଧା, ଭୁବନେଶ୍ୱରର ଓ୍ଵାର୍କ ପ୍ଲେସରେ ଟିକାକରଣ ଚାଲିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.