Below header

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତ କଲେ 5T ସଚିବ, କୋଭିଡ଼ ହସପିଟାଲ ସହ ବିଭିନ୍ନ ଦିଗକୁ ନେଇ କରିଛନ୍ତି ସମୀକ୍ଷା

କୋରାପୁଟ/ ମାଲକାନଗିରି/ନବରଙ୍ଗପୁର: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ ଫାଇଭ୍‌ ଟି ସଚିବ । କୋରାପୁଟ ଜିଲ୍ଲାରେ କୋଭିଡ଼ ହସପିଟାଲ ପରିଦର୍ଶନ କରିଛନ୍ତି ସୁରେଶ ମହାପାତ୍ର ଏବଂ ଭି . କେ ପାଣ୍ଡିଆନ୍‌ । ଏହି ସମୟରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଓ ସିଡିଏମଓଙ୍କ ବରିଷ୍ଠ ଅଧିକାରୀ । ୪ଟି ଭେଣ୍ଟିଲେଟର ସମେତ ଆଇସିୟୁ ଓ ୧୫୦ ଶଯ୍ୟା ବିଶିଷ୍ଟ ହସପିଟାଲର ସ୍ଥିତି ପରିଖିଥିଲେ ଫାଇଭ୍‌ ଟି ସଚିବ । ରୋଗୀଙ୍କୁ କିଭଳି ସୁବିଧା ମିଳିବ ଓ କୋଭିଡ଼ ଟିମ୍‌ କିଭଳି ପ୍ରସ୍ତୁତ ରହିଛି, ତାହାର ଅନୁଧ୍ୟାନ କରିଛନ୍ତି ସଚିବ ।

corona1ଏହାପରେ ଉଭୟ ମାଲକାନଗିରି ଗସ୍ତ କରିଛନ୍ତି । ଲକଡାଉନ ପରେ ବାହାର ରାଜ୍ୟର ଶ୍ରମିକ ଓଡ଼ିଶା ଫେରିବେ । ଶ୍ରମିକ ମାନଙ୍କୁ କିଭଳି କ୍ୱାରାଣ୍ଟାଇନରେ ରଖାଯିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ଭି କେ ପାଣ୍ଡିଆନ୍‌ । କୋରାପୁଟ, ମାଲକାନଗିରି ପରେ ନବରଙ୍ଗପୁର ଗସ୍ତ କରିଛନ୍ତି 5T ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.