କରୋନା ତାଣ୍ଡବ: ସାରା ବିଶ୍ୱରେ ଗଲାଣି ୧ଲକ୍ଷ ୮୪ହଜାର ଜୀବନ, ଆମେରିକାରେ ଗୋଟିଏ ଦିନରେ ୨ହଜାର ୩୪୧ଜଣଙ୍କ ମୃତ୍ୟୁ

ଆମେରିକା:ସାରା ବିଶ୍ୱରେ କରୋନା ତାଣ୍ଡବ। ମାରାତ୍ମକ ଭାଇରସ ନେଲାଣି ୧ଲକ୍ଷ ୮୪ହଜାର ଜୀବନ। ଏଯାଏ ୨୬ଲକ୍ଷ ୩୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ଲକ୍ଷ ୧୭ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି। ଆମେରିକାରେ ସ୍ଥିତି ସାଂଘାତିକ ହୋଇପଡିଛି। ଗୋଟିଏ ଦିନରେ ୨ହଜାର ୩୪୧ ଜଣଙ୍କ ମୃତ୍ୟୁ ହୋଇଛି। ୮ଲକ୍ଷ ୪୮ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୪୭ହଜାର ୬୮୫ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍‌। ଗୋଟିଏ ଦିନରେ ୨୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ପେନ୍‌, ଇଟାଲୀ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.