ରାଜ୍ୟର ସବୁ ସରପଞ୍ଚଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ସମସ୍ତଙ୍କୁ କରାଇଲେ ଶପଥ ପାଠ

ଭୁବନେଶ୍ବର: ଶପଥ ନେଲେ ସରପଞ୍ଚ । କରୋନା ରୋକିବାକୁ ଦିଆଯାଇଥିବା ଦାୟିତ୍ୱ ପାଳନ କରିବେ । ଏଥିପାଇଁ ସମସ୍ତ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ପଞ୍ଚାୟତ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ଦାୟିତ୍ୱ ପାଳନ କରିବେ । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବେ । ସେମାନଙ୍କ ଖାଇବା, ପିଇବା, ଚିକିତ୍ସାର ବ୍ୟବସ୍ଥା କରିବେ ।

cmନିଜ ପଞ୍ଚାୟତରେ କରୋନାକୁ ପଶିବାକୁ ଦେବିନି ବୋଲି ସରପଞ୍ଚମାନେ ଶପଥ ନେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ୬ହଜାର ୭ଶହ ୯୮ ଜଣ ସରପଞ୍ଚଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଏଥିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.