ରାଜ୍ୟରେ ଆଉ ମାସେ ବୃଦ୍ଧି ହେଉ ଲକ୍‌ଡାଉନ୍‌ ଅବଧି: ନବ ଦାସ

ଭୁବନେଶ୍ବର : ରାଜ୍ୟରେ ଆଉ ମାସେ ବୃଦ୍ଧି ହେଉ ଲକ୍‌ଡାଉନ୍‌ ଅବଧି । ଏକଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, କରୋନା ମୁକାବିଲା ନେଇ ସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ରହିଛି । ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି କରୋନା । ମୋ ମତରେ ଲକଡାଉନକୁ ଆଉ ମାସେ ବଢ଼ାଯାଉ ବୋଲି ନବ ଦାସ କହିଛନ୍ତି ।

naba dasସେହିପରି ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପ୍ରସଙ୍ଗରେ ବି ମତ ରଖିଛନ୍ତି । କହିଛନ୍ତି, ବାହାର ରାଜ୍ୟରୁ ଆସିବାକୁ ଥିବା ଓଡ଼ିଆଙ୍କ ସେହି ରାଜ୍ୟରେ କରୋନା ଟେଷ୍ଟ କରାଯାଉ । ଓଡ଼ିଶାର ଦାବିକୁ ଅନ୍ୟ ରାଜ୍ୟ ସମର୍ଥନ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.