ଆସନ୍ତାକାଲିଠୁ ରାଜ୍ୟରେ ଲକ୍‌ଡାଉନ୍, ଏହା ପୂର୍ବରୁ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଲାଗିବ ଲକ୍‌ଡାଉନ। କରୋନା ଚେନ୍‌ ଭାଙ୍ଗିବାକୁ ୧୪ ଦିନିଆ ତାଲା ବନ୍ଦ। ଏହା ପୂର୍ବରୁ କିନ୍ତୁ ବଜାରରେ ପ୍ରବଳ ଭିଡ଼। କୋଭିଡ୍‌ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ। ଗ୍ରୋସରୀ ଦୋକାନ ସହ ପରିବା କିଣିବା ପାଇଁ ଗୋଟିଏ ଜାଗାରେ ଏକାଧିକ ଲୋକଙ୍କ ଭିଡ ଜମିଛି। ଶନି ଓ ରବି ସଟଡାଉନ୍‌ ରହିଥିଲା।

ଏହାପରେ ସୋମବାର ଓ ଆଜି ମାର୍କେଟରେ ପ୍ରବଳ ଗହଳି ଲାଗିଛି। ସାମାଜିକ ଦୂରତା କି ମୁହଁରେ ମାସ୍କ ନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଦି ଦୃଶ୍ୟ ଦେଖିବାକୁ ମିଳିଛି । ଲକ୍‌ଡାଉନ୍‌ ବେଳେ ସକାଳ ୬ରୁ ମଧ୍ୟାହ୍ନ ୧୨ ମଧ୍ୟରେ ପନିପରିବା ଓ ଗ୍ରୋସରୀ ଦୋକାନ ଖୋଲା ରହିବ । ୫ ଶହ ମିଟର ଦୂରତା ମଧ୍ୟରେ ଚାଲି ଚାଲି ଯାଇ ଲୋକେ ଜରୁରୀ ସାମଗ୍ରୀ କିଣିପାରିବେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.