ମହଙ୍ଗା ପଡ଼ିଲା କ୍ୱାରେଣ୍ଟାଇନ୍‌ ହଲ୍‌ରେ ଟିକ୍‌ଟକ୍‌ କରିବା, ୬ ଜଣଙ୍କ ବିରୋଧରେ ମାମଲା ରଜୁ କଲା ଭଦ୍ରକ ପୋଲିସ

ଚାନ୍ଦବାଲି : କ୍ୱାରେଣ୍ଟାଇନ୍‌ ହଲ୍‌ରେ ଟିକ୍‌ଟକ୍‌ କରି ଫସିଲେ । ସାମାଜିକ ଦୂରତା ନମାନି ଭିଡିଓ କରିଥିବାରୁ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ । କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସାମାଜିକ ଦୂରତା ଅବମାନନା କରିଥିବାରୁ ମାମଲା ରଜୁ କରିଛି ଭଦ୍ରକ ପୋଲିସ । ଆଇପିସିର ଧାରା ୧୮୮, ୨୬୯, ୨୭୦ ଏବଂ ଡିଏମ ଆକ୍ଟର ସେକ୍ସନ ୫୧ରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ ଚଳାଇଛି ।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଞ୍ଚାୟତର କ୍ୱାରେଣ୍ଟାଇନ ହଲ୍‌ରେ ୬ଜଣ ଯୁବକ ସାମାଜିକ ଦୂରତା ନମାନି ଟିକ୍‌ଟକ୍‌ କରିଥିଲେ । ୪ଟି ଟିକଟକ ଭିଡ଼ିଓ ଭାଇରାଲ ହୋଇଥିଲା । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଟିକ୍‌ଟକ୍‌ ଭିଡିଓ ଭାଇରାଲ ପରେ ଭାଟପଡା ସରପଞ୍ଚ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଡିଜି ଅଭୟ ଘଟଣାକୁ ଗୁରୁତର ସହ ନେଇଛନ୍ତି । କୋଭିଡକୁ ନେଇ ଅନ୍ୟମାନଙ୍କ କ୍ଷତି ପହଞ୍ଚାଉଥିବା କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବନି । ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ଆମ ଆତିଥେୟତାର ମାନେ ନୁହେଁ ବିଶ୍‌ୃଙ୍ଖଳିତ ଆଚରଣକୁ ବରଦାସ୍ତ କରିବା। କ୍ୱାରେଣ୍ଟାଇନ ନିୟମକୁ ମାନିବା ପାଇଁ ସେ ବାହାରୁ ଆସୁଥିବା ଲୋକଙ୍କୁ ଟ୍ଵିଟ କରି ଅପିଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.