ରାଜ୍ୟରେ ଆଜି ଆଉ ୧୩୭୨ ପଜିଟିଭ୍‌ ଚିହ୍ନଟ, ୧୪ଶହ ପାର କଲା ସମୁଦାୟ ମୃତ୍ୟୁସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ୩ ଲକ୍ଷ ଟପିଲା ସଂକ୍ରମଣ । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭୯୬ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୭୬ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୧୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଟକରୁ ୧୨୧, ନୂଆପଡାରୁ ୧୦୮, ସୁନ୍ଦରଗଡରୁ ୯୬, ଅନୁଗୁଳରୁ ୮୧ ନୂଆ କେସ୍‌ ରହିଛି । ଆକ୍ଟିଭ୍‌ କେସ୍‌ ୧୩ ହଜାର ୫୦୩ ଥିବାବେଳେ ସୁସ୍ଥ ହେଲେଣି ୨ ଲକ୍ଷ ୮୫ ହଜାର ୧୭୪ । ସେପଟେ ରାଜ୍ୟରେ ୧୪ଶହ ପାର କଲା ମୃତ୍ୟୁସଂଖ୍ୟା । ଦିନକରେ ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୧୦ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.