ଜିଭ ଦେଖି କେବଳ ରୋଗ ନୁହେଁ ବ୍ୟକ୍ତିତ୍ୱ ବି ଜାଣିପାରିବେ, ଜାଣନ୍ତୁ କେମିତି

ସାଧାରଣତଃ ରୋଗରେ ପଡ଼ିଲେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ। ଡାକ୍ତର ସେଠାରେ ବିଭିନ୍ନ ଚେକ୍ଅପ୍ କରିବା ସହ ଜିଭ ଦେଖାଇବାକୁ କହିଥାନ୍ତି। ଜିଭର ସ୍ଥିତି ଓ ରଙ୍ଗ ଦେଖି ଡାକ୍ତର ରୋଗ ବିଷୟରେ ଜାଣିପାରନ୍ତି। ତେବେ କେବଳ ରୋଗ ବିଷୟରେ ଜାଣିବାକୁ ନୁହେଁ ଆପଣ ଜଣଙ୍କ ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ ଜିଭ ଦେଖି ଜାଣିପାରିବେ। କାହାର କେଉଁ ଦୁର୍ଗୁଣ ରହିଛି ତାହା ବି ଜିଭରୁ ଜାଣି ହେବ। ଆସନ୍ତୁ ଜାଣିବା ଜିଭ ଦେଖି କେମିତି ଜାଣିବେ ବ୍ୟକ୍ତିତ୍ୱ…
- ଯେଉଁ ପୁରୁଷଙ୍କ ଜିଭ ଲାଲ, ପତଳା ଓ ନରମ ହୋଇଥାଏ; ସେମାନେ ଜ୍ଞାନୀ, ଚତୁର ଓ ଭଗବତ୍ ବିଶ୍ୱାସୀ ହୋଇଥାନ୍ତି।
- ଯେଉଁମାନଙ୍କ ଜିଭ ଅଗ ମୁନିଆ ଥାଏ ସେମାନେ ସୁଖ ଲାଭ କରିଥାନ୍ତି।
- ଯେଉଁମାନଙ୍କ ଜିଭ ଧଳା, ସେମାନେ ବଦମାସ ହୋଇଥାନ୍ତି।
- କଳା କିମ୍ବା ନୀଳ ଜିଭ ଥିବା ବ୍ୟକ୍ତି ଗରିବ ହୋଇଥାନ୍ତି।
- ମୋଟା ଓ ସମାନ ଚଉଡ଼ା ଜିଭ ଥିବା ବ୍ୟକ୍ତି ମୁର୍ଖ ହୋଇଥାନ୍ତି।
- ଯେଉଁ ପୁରୁଷଙ୍କ ଜିଭ ନାକକୁ ଛୁଇଁଥାଏ, ସେମାନେ ଉଚ୍ଚକୋଟୀର ସାଧକ ବା ଯୋଗୀ ହୋଇଥାନ୍ତି।
- ଲମ୍ବା ଜିଭ ଥିବା ସ୍ତ୍ରୀ-ପୁରୁଷ ସ୍ପଷ୍ଟବାଦୀ ହୋଇଥାନ୍ତି।
- ଚଉଡ଼ା ଜିଭ ଥିବା ବ୍ୟକ୍ତି ଖର୍ଚ୍ଚି ହୋଇଥାନ୍ତି।
- ଯେଉଁ ମହିଳାଙ୍କ ଜିଭ କୋମଳ, ଲାଲ ତଥା ପତଳା ହୋଇଥାଏ, ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି।
- ଯେଉଁ ସ୍ତ୍ରୀଙ୍କ ଜିଭ ସଂକୀର୍ଣ୍ଣ ସେମାନଙ୍କୁ ଅଶୁଭ ଧରାଯାଏ।
- ଯେଉଁ ସ୍ତ୍ରୀଙ୍କ ଜିଭ ମୋଟା, ସେମାନଙ୍କ ଆୟୁଷ କମ୍ ଥାଏ।
- ଲାଲ ରଙ୍ଗ ଜିଭ ଥିବା ମହିଳା ଶ୍ରେଷ୍ଠ ସ୍ୱାମୀ ପାଇଥାନ୍ତି।
- କଳା ଜିଭ ଥିବା ମହିଳା କଳହ କରିଥାନ୍ତି।
- ବହୁତ ଅଧିକ ଚଉଡ଼ା ଜିଭ ଥିବା ସ୍ତ୍ରୀ ସବୁବେଳେ ଦୁଃଖ ପାଇଥାନ୍ତି।