ମାସ୍କ ନଥିଲେ ମଲ୍‌ ମନା: ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣ ରୋକିବାକୁ BMCର କଡା ପଦକ୍ଷେପ

ଭୁବନେଶ୍ୱର(କେନ୍ୟୁଜ୍) : ମାସ୍କ ନଥିଲେ ମଲ୍‌ ମନା। ଭୁବନେଶ୍ୱରରେ ଦ୍ରୁତ ସଂକ୍ରମଣ ରୋକିବାକୁ BMCର କଡା ପଦକ୍ଷେପ। ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ନିଶ୍ଟିତ କରିବାକୁ ମଲ୍‌ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଶତପ୍ରତିଶତ ଗ୍ରାହକ ଯେଭଳି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା କରିବେ, ମଲ୍‌ରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ ସେ ବାବଦରେ ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି।

bmc

ମଲ୍‌ ଭିତରେ ଭିଡ ନକରିବା ପାଇଁ ମଧ୍ୟ କହିଛି BMC। କରୋନା ନିୟମ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ସାମାଜିକ ଦୂରତା ନିୟମ ଠିକ୍‌ ଭାବେ ପାଳନ କରାଯିବ , ଏହାର ତଦାରଖ ପାଇଁ ମଲ୍‌ ପକ୍ଷରୁ ଜଣେ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ କହିଛି BMC।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.