କରୋନା ବିଷୟରେ କହିବ ରିଷ୍ଟ ବ୍ୟାଣ୍ଡ୍‌, ଆଇଆଇଟି ମାଦ୍ରାସ ପୂର୍ବ ଛାତ୍ରଙ୍କ କମାଲ୍‌ ଉଦ୍ଭାବନ, ମୂଲ୍ୟ ମାତ୍ର ୩୫୦୦ ଟଙ୍କା

ମାଦ୍ରାସ : କରୋନା ମହାମାରୀ ଲଢ଼େଇରେ କମାଲ କରି ଦେଖାଇଛନ୍ତି ମାଦ୍ରାସ ଆଇଆଇଟି ପୂର୍ବ ଛାତ୍ର । ସେମାନେ କରୋନା ଲକ୍ଷଣ ବିଷୟରେ ସୂଚନା ଦେବା ପାଇଁ ଏପରି ଏକ ରିଷ୍ଟ ବ୍ୟାଣ୍ଡ୍‌ ପ୍ରସ୍ତୁତ କରିଛନ୍ତି । ଯାହାକୁ ହାତରେ ବାନ୍ଧିବା ଦ୍ୱାରା ପ୍ରାଥମିକ ସ୍ତରରେ କରୋନା ସଂକ୍ରମଣ ସମ୍ପର୍କରେ ଖବର ମିଳିପାରିବ । ଆସନ୍ତା ମାସ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ଆଇଆଇଟି ମାଦ୍ରାସ ଓ ଏନ୍‌ଆଇଟି ବାରଂଗଲ ର ପୂର୍ବ ଛାତ୍ରଙ୍କ ପ୍ରଚେଷ୍ଟାରେ ଏହି ରିଷ୍ଟ ବ୍ୟାଣ୍ଡ୍‌ ପ୍ରସ୍ତୁତ ହୋଇଛି । ଏହି ବର୍ଷ ପ୍ରାୟ ଦୁଇ ଲକ୍ଷ ରିଷ୍ଟ ବ୍ୟାଣ୍ଡ୍‌ ବିକ୍ରି ଲକ୍ଷ୍ୟ ରଖିଥିବା ଆଇଆଇଟି ଛାତ୍ର ପ୍ରଶାନ୍ତ କହିଛନ୍ତି । ବର୍ଷ ଶେଷ ସୁଦ୍ଧା ସାରା ବିଶ୍ୱକୁ ପ୍ରାୟ ୧୦ ଲକ୍ଷ ରିଷ୍ଟ ବ୍ୟାଣ୍ଡ୍‌ ଯୋଗାଇବେ। ଅଗଷ୍ଟ ମାସ ମଧ୍ୟରେ ୭୦ ଦେଶରେ ଏହି ରିଷ୍ଟ ବ୍ୟାଣ୍ଡ୍‌ ଲଞ୍ଚ୍‌ କରି ଦିଆଯିବି । ଏ ପର୍ଯ୍ୟନ୍ତ ଆମେ ୨୨ କୋଟି ଟଙ୍କା ସଂଗ୍ରହ କରି ସାରିଲୁଣିବୋଲି ପ୍ରଶାନ୍ତ କହିଛନ୍ତି ।

ଏହି ରିଷ୍ଟ ବ୍ୟାଣ୍ଡ୍‌ ଶରୀର ତାପମାତ୍ରା ମାପିବା ସହ ହୃଦୟ ଗତି ଓ ରକ୍ତରେ ଅକ୍ସିଜେନ୍‌ ମାତ୍ରା ମାପି ପାରିବ । ସେହି ଅନୁସାରେ ବ୍ୟାଣ୍ଡ୍‌ରେ ସେନ୍‌ସର ଲଗାଯାଇଛି । ଯାହା ଫଳରେ ପ୍ରାରମ୍ଭିକ ସ୍ତରରେ ଏହା କରୋନା ସମ୍ପର୍କରେ ଜଣାଇ ଲୋକଙ୍କୁ ସତର୍କ କରାଇ ଦେଇ ପାରିବ । ଯଦି ଆପଣ କଣ୍ଟେନମେଣ୍ଟ ଜୋନ୍‌ରେ ଅଛନ୍ତି ତେବେ ଏହା ମଧ୍ୟ କରୋନା ସମ୍ପର୍କରେ ସୂଚନା ଦେଇ ଆପଣଙ୍କୁ ସତର୍କ କରାଇ ଦେଇ ପାରିବ ।

ଏହାକୁ ବ୍ଲୁ ଟୁଥ୍‌ ସହାୟତାରେ ମୋବାଇଲ ସହ ମଧ୍ୟ ସଂଯୋଗ କରାଯାଇ ପାରିବ । ଯାହା ଦ୍ୱାରା ଶରୀରର ସମସ୍ତ ଗତିବିଧିକୁ ଫୋନ ମଧ୍ୟରେ ଏକତ୍ରୀତ କରାଯାଇ ପାରିବ । ଏହି ବ୍ୟାଣ୍ଡ୍‌ କରୋନା ସତର୍କତା କରାଇବାରେ ଏକ ଅମୋଘ ଅସ୍ତ୍ର ରୂପେ କାର୍ଯ୍ୟ କରିବ ବୋଲି ଆଇଆଇଟିର ଛାତ୍ର ପ୍ରଶାନ୍ତ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.