ସ୍ବିଡେନରେ ଯଶ ରଖିଲେ ଓଡିଆ ପୁଅ, କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଓଡ଼ିଆ ଚିତ୍ରଶିଳ୍ପୀ ପି.କେ ମହାନନ୍ଦିଆ

କେନ୍ୟୁଜ୍(ବ୍ୟୁରୋ): ସ୍ୱିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଚିତ୍ରଶିଳ୍ପୀ ପି.କେ ମହାନନ୍ଦିଆ । ସେ ସ୍ୱିଡେନ୍‌ରେ ପ୍ରେମ ବିବାହ କରି ଏବେ ସେଠାରେ ରହୁଛନ୍ତି । ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିବା ମହାନନ୍ଦିଆ ସ୍କୁଲରେ ପାଠ ପଢିବା ବେଳେ ଭେଦଭାବର ଶିକାର ହୋଇଥିଲେ । ତଥାପି ଶିକ୍ଷାଠାରୁ ଦୂରେଇ ଯାଇନଥିଲେ । ପାଠପଢା ସହିତ ତଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା । ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀର ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ । ତାଙ୍କର ସେହି ଦୁର୍ବଳତା ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା ।

ସ୍ୱିଡେନର ଚାରଲୋଟ ଭୋନ୍‌ ସଚେଡଭିନ ଦିଲ୍ଲୀ ଆସିଥିବା ବେଳେ ମହାନନ୍ଦିଆଙ୍କ ଚିତ୍ରକଳା ଉପରେ ତାଙ୍କର ନଜର ପଡ଼ିବା ପରେ ସେ ପିକେଙ୍କ ପ୍ରେମରେ ପଡ଼ିଯାଇଥିଲେ । ୧୯୭୭ ମସିହାରେ ମହାନନ୍ଦିଆ ତାଙ୍କର ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ୍‌ କିଣି ୫ମାସ କାଳ ସାଇକେଲ ଚଳାଇ ସ୍ୱିଡେନରେ ପହଞ୍ଚିଥିଲେ । ସେଠାରେ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରି ସେଠାରେ ରହି ଯାଇଥିଲେ । ପି.କେ ମହାନନ୍ଦିଆଙ୍କୁ ସ୍ୱିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ ମିଳିବା ପରେ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସଫଳତା ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି । ଆଗାମୀ ଦିନରେ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି ସିଏମ୍‌ଓ ପକ୍ଷରୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.