Below header

ବାବା କାମେଶ୍ଵର ମହାଦେବଙ୍କ ନିକଟରେ ପୂରଣ ହୁଏ ସବୁ ମନସ୍କାମନା

ବାବା କାମେଶ୍ଵର ମହାଦେବଙ୍କ ମହିମା କହିଲେ ନସରେ । କେନ୍ଦ୍ରାପଡା ଜିଲ୍ଲାର ଗରଦପୁରୁ ବ୍ଲକ ଓ ମାର୍ଶାଘାଇ ବ୍ଲକ ମଧ୍ୟ ସ୍ଥଳରେ ଜିରାଳଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା କାମେଶ୍ଵର ମହାଦେବଙ୍କ ପୀଠ ।

ମାର୍ଶାଘାଇ(କେନ୍ୟୁଜ): ବାବା କାମେଶ୍ଵର ମହାଦେବଙ୍କ ମହିମା କହିଲେ ନସରେ । କେନ୍ଦ୍ରାପଡା ଜିଲ୍ଲାର ଗରଦପୁରୁ ବ୍ଲକ ଓ ମାର୍ଶାଘାଇ ବ୍ଲକ ମଧ୍ୟ ସ୍ଥଳରେ ଜିରାଳଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା କାମେଶ୍ଵର ମହାଦେବଙ୍କ ପୀଠ । ଏହି ପୀଠରେ ଅନୁଷ୍ଠିତ ହୋଇଯାଇଛି ବିଶ୍ଵ ଶାନ୍ତି ମହାଯଜ୍ଞ । ଯାହାର ଗତକାଲି ପୂଣ୍ଣାହୂତି ହୋଇଯାଇଛି  । ଦୀର୍ଘ ୪ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଥିଲା ।

ତେବେ ପ୍ରଥମ ଦିନରେ ଯଜ୍ଞ ଅଧିବାସ ଆରମ୍ଭ ହୋଇଥିଲା । ଏହି ଅବସରରେ ପୂର୍ଣ୍ଣତୟା ଚିତ୍ରୋତ୍ପଳା ନଦୀରୁ ପୂର୍ଣ୍ଣ କଳସୀରେ ପବିତ୍ର ତୀର୍ଥ ଜଳ ସଂଗ୍ରହ କରାଯାଇଥିଲା । ଯାହାକୁ ଆଖପାଖ ଗାଁ ମାନଙ୍କର ଶହଶହ ମହିଳାମାନେ  ସଂଗ୍ରହ କରିଥିଲେ।  ଏହାପରେ ଏହି ପବିତ୍ର ଜଳକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହି ଯଜ୍ଞ ଅଧିବାସରେ କଳସ ବୁଡାଇ ମାନସିକ ରଖିଲେ କାମେଶ୍ଵର ଭକ୍ତ ମାନଙ୍କ ମନୋକାମନା ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି ।

ତେବେ ଏହି ଯଜ୍ଞ ଅବସରରେ କେହି କାହାକୁ ନକହିଲେ ମଧ୍ୟ ଶ୍ରଦ୍ଧାଳୁ ମାନେ ଆପଣା ଛାଏଁ ଆସି ସେମାନଙ୍କର ମାନସିକ କଳସ ବୁଡାଇଥାନ୍ତି । ୪ ଦିନ ଯଜ୍ଞରେ ହବିଷ ପାଳନ କରି ପ୍ରସାଦ ସେବନ କରିଥାନ୍ତି ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତମାନେ। କେହି କେହି ମାନସିକ ପୂଜା ପୂରଣ କରନ୍ତି ତ କେହି ପ୍ରଭୁଙ୍କ ନିକଟରେ ନୂଆ ମାନସିକ କରନ୍ତି । ମାନସିକ ପୂରଣ ହେଲେ ପୁଣି ବାବା କାମେଶ୍ଵରଙ୍କ ଯଜ୍ଞରେ ଭାଗ ନେଇଥାନ୍ତି ଭକ୍ତମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.