ଖରା ଯୋଗୁଁ +୩ ଛାତ୍ରୀ ଅସୁସ୍ଥ, କଲେଜ ଯିବା ପରିବର୍ତ୍ତେ ମେଡିକାଲରେ ଭର୍ତ୍ତି

ନୀଳଗିରି କଲେଜ ଆସୁଥୁବା ବେଳେ ବସ ଭିତରେ ଚେତାଶୂନ୍ୟ ହୋଇଯାଇଛନ୍ତି ଯୁକ୍ତ ୩ ଛାତ୍ରୀ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ସହାୟତାରେ ମେଡିକାଲ ଆଣିଲେ ତାଙ୍କ ସହ ଥିବା ସାଙ୍ଗ। ଏଭଳି ଘଟଣା ନିଳଗିରିରେ ଦେଖିବାକୁ ମିଳିଛି ।

ଆସିଲାଣି ଖରାଦିନ । ଧିରେ ଧିରେ ବଢ଼ିଲାଣି ତାତି । ଏବେଠୁ ଅସହ୍ୟ ହେଉଛି ଖରାର ଉତ୍ତାପ । ଜୀବଜନ୍ତୁ ମାନେ ମଧ୍ୟ ଖରାର ପ୍ରକୋପ ସହ୍ୟ କରିନପାରି ଅସ୍ତ ବ୍ୟସ୍ତ ହୋଇପଡ଼ିଲେଣି । ଆଉ ସାଧାରଣ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଦିନରେ ବାହାରେ କୌଣସି କାର୍ଯ୍ୟ କରିବା କଷ୍ଟକର ହୋଇଯାଉଛି । ଏହି ଖରା ବୃଦ୍ଧି ଯୋଗୁଁ ବହୁତ୍‌ ଲୋକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ନିକଟରେ ଏହି ଖରାର ଉତ୍ତାପ ସହ୍ୟ କରିନପାରି ଜଣେ ଛାତ୍ରୀ କଲେଜ ଯାଉଥିବା ବେଳେ ଅସୁସ୍ଥ ହୋଇପଡ଼ିଛନ୍ତି । ପାଠ ପଢ଼ିବା ପାଇଁ ଘରୁ ବାହାରିଥିଲେ କଲେଜକୁ ହେଲେ କଲେଜରେ ପହଞ୍ଚିବା ପୂର୍ବରୁ ସିଧା ଗଲେ ମେଡିକାଲକୁ ।

ନୀଳଗିରି କଲେଜ ଆସୁଥୁବା ବେଳେ ବସ ଭିତରେ ଚେତାଶୂନ୍ୟ ହୋଇଯାଇଛନ୍ତି ଯୁକ୍ତ ୩ ଛାତ୍ରୀ । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ସହାୟତାରେ ମେଡିକାଲ ଆଣିଲେ ତାଙ୍କ ସହ ଥିବା ସାଙ୍ଗ। ଏଭଳି ଘଟଣା ନିଳଗିରିରେ ଦେଖିବାକୁ ମିଳିଛି । ନୀଳଗିରି ଗରଡି ଛକରୁ ନିକଟ ସିଆଡିମାଳ ଗ୍ରାମର ଯୁକ୍ତ ୩ ଛାତ୍ରୀ ବୈଶାଖୀ ସିଂ ନୀଳଗିରି କଲେଜକୁ ବସରେ ଆସୁଥୁବା ବେଳେ ନୀଳଗିରି ନିକଟରେ ଚେତାଶୂନ୍ୟ ହୋଇପଡିଥିଲେ। ଆଉ ତାଙ୍କ ସହ ଆସିଥିବା ଅନ୍ୟ ସହପାଠୀ ସାଙ୍ଗମାନେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଡାକି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ବସରେ ପ୍ରବଳ ଭିଡ଼ ଓ ଗୁଳି ଗୁଳି ଯୋଗୁ ଏଭଳି ପରିସ୍ଥିତି ହୋଇଥିବା କହିଥିଲେ। ଛାତ୍ରୀ ଜଣକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ତେବେ ଆଜିଠୁ ଆହୁରି ବଢ଼ିବ ଖରା ତାତି । ଚଳିତ ସପ୍ତାହରେ ପ୍ରଚଣ୍ଡ ହେବ ସୂର୍ଯ୍ୟତାପ । ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଅନୁଭୂତ ହେବ ମେ’ର ନିଦାଘ । ୪୦ ଡିଗ୍ରୀ ଛୁଇଁବ ତାତି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦିନ ତାପମାତ୍ରାରେ ୪-୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସମ୍ଭାବନା ରହିଛି ।

ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ୧୩ ରେ ଆହୁରି ଭୀଷଣ ଖରା ହେବ । ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୩ରୁ ୪ଦିନ ଖରା ତାତିରୁ ନିସ୍ତାର ମିଳିବ ନାହିଁ । ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ। ରାତିର ତାପମାତ୍ରା ମଧ୍ୟ ୨ରୁ ୪ଡିଗ୍ରୀ ବଢିବ ।

ଏବେ ଓଡ଼ିଶା ଉପରେ ପାଣିପାଗର କୌଣସି ନିୟାମକ ସକ୍ରିୟ ନଥିବାରୁ ବାୟୁମଣ୍ଡଳ ଶୁଷ୍କ ରହିଛି। ଫଳରେ ବଢ଼ିବ ପାରଦ । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ମାଲକାନଗିରିରେ ୩୭.୧, ଟିଟିଲାଗଡ଼ରେ ୩୭, ସୋନପୁରରେ ୩୬.୯, ଭବାନୀପାଟଣାରେ ୩୬.୮ ଓ ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ରହିଥିଲା ୩୬.୪ ଡିଗ୍ରୀ ସେଲସିୟସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.