ପଶ୍ଚିମବଙ୍ଗ: ବିଚ୍ଛେଦ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିର୍ବାଚନୀ ଟକ୍କର, ଜଣେ TMC ତ ଆଉ ଜଣେ BJP ପ୍ରାର୍ଥୀ

ପଶ୍ଚିମବଙ୍ଗର ବିଷ୍ଣୁପୁର ଆସନ ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ, ଏହି ଆସନରୁ ପରସ୍ପରର ମୁହାଁମୁହିଁ ହୋଇଛନ୍ତି ଛାଡପତ୍ର ପାଇଥିବା ଜଣେ ଦମ୍ପତି ।

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଲୋକସଭା ନିର୍ବାଚନ ୨୦୨୪ ପାଇଁ ରାଜ୍ୟରେ ୪୨ଟି ଆସନ ଲାଗି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାରି ଭିତରେ ପଶ୍ଚିମବଙ୍ଗର ବିଷ୍ଣୁପୁର ଆସନ ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ, ଏହି ଆସନରୁ ପରସ୍ପରର ମୁହାଁମୁହିଁ ହୋଇଛନ୍ତି ଛାଡପତ୍ର ପାଇଥିବା ଜଣେ ଦମ୍ପତି ।

ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ସୌମିତ୍ର ଖାନଙ୍କୁ ବିଜେପି ଟିକେଟ ଦେଇଛି । ସେପଟେ ଟିଏମସି ରବିବାର ଉକ୍ତ ଆସନରୁ ସୌମିତ୍ରଙ୍କ ପୂର୍ବତନ ପତ୍ନୀ ସୁଜାତା ମଣ୍ଡଳଙ୍କୁ ଟିକେଟ ଦେଇଛି । ସୁଜାତା ମଣ୍ଡଳ ବିଷ୍ଣୁପୁର ଆସନରୁ ନିଜ ପୂର୍ବତନ ସ୍ୱାମୀ ସୌମିତ୍ର ଖାନଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ।

ପଶ୍ଚିମବଙ୍ଗରେ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ସୌମିତ୍ର ଖାନ ଓ ସୁଜତା ମଣ୍ଡଳ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ସେହି ସମୟରେ ସୁଜତା ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ସୌମିତ୍ର ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଘୋଷଣା କରିଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସୌମିତ୍ର ଖାନ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ସେହି ସମୟରେ ତାଙ୍କ ପତ୍ନୀ ତାଙ୍କ ପାଇଁ ବହୁତ ପ୍ରଚାର କରିଥିଲେ ।

ଟିଏମ୍‌ସି ମାର୍ଚ୍ଚ ୧୦ରେ ପଶ୍ଚିମବଙ୍ଗରେ ୪୨ଟି ଆସନରେ ନିଜ ପ୍ରାର୍ଥୀ ଘୋଷଣା କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକାକୀ ହିଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.