ମେରୁ ପର୍ବରେ ଚାପ ଖେଳିଲେ ଠାକୁର, ଉତ୍ସବ ମୁଖର ହେଲା ଗାଁ ଦାଣ୍ଡ

ଗ୍ରାମର ପରମ୍ପରା ହେଉ କି ଗ୍ରାମବାସୀ ଙ୍କ ମାନସିକ ସବୁ ମିଛି ମିଳେ ଏହି ପରମ୍ପରା ରେ । ତେଣୁ ଏଠାରେ ଭକ୍ତଙ୍କ ସୁଅ ଛୁଟେ । ଠାକୁରଙ୍କ ଚାପ ଖେଳିବାର ଦୃଶ୍ୟକୁ ସମସ୍ତ ଶ୍ରଦ୍ଧାଳୁ ଆନନ୍ଦରେ ଉପଭୋଗ କରିଥାନ୍ତି ।

ଓଡ଼ିଶା ପରମ୍ପରାର ଅନ୍ୟତମ ପର୍ବ ହେଉଛି ଚୈତ୍ର ମାସ ମେରୁ ପର୍ବ । ମକର ସଂକ୍ରାନ୍ତି ରୁ ବିଷୁବ ସଂକ୍ରାନ୍ତି ଯାଏଁ ମାନସିକ ଧାରୀମାନେ କାଷ୍ଟା ଓ ନିଷ୍ଠାର ସହିତ ନିଜର ବ୍ରତ ପାଳନ କରିଥାନ୍ତି । ଶ୍ରଦ୍ଧାଳୁ ଠାକୁରଙ୍କୁ ଡଙ୍ଗାରେ ବୁଲାଇ ଚାପ ଖେଳେଇ ଆଣିଥାନ୍ତି ।

ପୁରୀ ଜ଼ିଲ୍ଲାର କଣାସ ବ୍ଲକ କଳାପଦର ଗାଁ ହେଉଛି ମାଛ ଚାଷୀଙ୍କର । ଏଠାକାର ଲୋକମାନେ ଚୈତ୍ର ମାସରେ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥାନ୍ତି । ମାସାଧିକକାଳ ମାନସିକ କରି ଠାକୁରଙ୍କୁ ଆରାଧନା କରିଥାନ୍ତି । ତେବେ ଏହି ମାନସିକଧାରୀଙ୍କ ବ୍ରତ ଉଦଯାପନୀ ଦିବସ ଭାବେ ପାଳିତ କରାଯାଇଛି । ଯାହାକୁ ନେଇ ପୁରା ଗାଁ ଉତ୍ସବ ମୁଖର ହୋଇପଡିଛି । ଗ୍ରାମଦେବତା ପ୍ରଭୁ ଗ୍ରାମେଶ୍ୱରଙ୍କ ନିକଟରେ ୧୫ ରୁ ୨୨ ଦିନ ମାନସିକଧାରୀମାନେ ନିଷ୍ଠାର ସହିତ ବ୍ରତପାଳନ କରିବା ପରେ ଉଦଯାପନୀ ଦିବସ ପାଳିଥିଲେ । ଏହି ଦିନ ଭଗତା ମାନେ ଡଙ୍ଗା ମଧ୍ୟରେ ଠାକୁରଙ୍କୁ ଧରି ଦୟାନଦୀ ଗର୍ଭରେ ଚାପ ଖେଳିଥାନ୍ତି । ବାଜା,ବାଣ,ହରିବୋଲ ହୁଳହୁଳି ସହିତ ଝୁଣାର ବାସ୍ନାରେ ଅଞ୍ଚଳ କମ୍ପି ଉଠିଥିଲା । ଚାପ ଖେଳ ସରିବା ପରେ ଠାକୁରଙ୍କୁ ଗ୍ରାମ ପରିକ୍ରମା କରାଯାଇଥାଏ । ତେବେ ସବୁଠାରୁ ବଡ କଥା ହେଉଛି ଦୟାନଦୀ ରେ ଉଡ଼ନ୍ତା ହନୁମାନ ଦେଖିବାକୁ ମିଳିଥାଏ ।

କଳାପଦର ଗ୍ରାମବାସୀମାନେ ଗାଁର ଗ୍ରାମଦେବତା ପ୍ରଭୁ ଗ୍ରାମେଶ୍ୱରଙ୍କୁ ପାଛୋଟି ନେବା ବେଳେ ବାଘ, ଭାଲୁ, ଚୈତୀ ଘୋଡ଼ା ହନୁମାନ ନୃତ୍ୟରେ ପୁରା ଗାଁ ଉତ୍ସବ ମୁଖର ହୋଇପଡେ । ମାନ ଅଭିମାନକୁ ଭୁଲି ଅଞ୍ଚଳବାସି ଏହି ପର୍ବକୁ ଏକ ଭାଇଚାରାର ପର୍ବ ରୂପେ ଦୀର୍ଘ ୨୦୦ ବର୍ଷ ରୁ ଉର୍ଦ୍ଧ ହେବ ପାଳନ କରି ଆସୁଥିବା ବେଳେ ଏହାକୁ ଦେଖିବା ପାଇଁ କାହିଁ କେତେ ଦୂରଦୂରାନ୍ତରୁ ହଜାର ହଜାର ଭୋକ୍ତଙ୍କ ସମାଗମ ହୋଇଥାଏ ।

ଗ୍ରାମର ପରମ୍ପରା ହେଉ କି ଗ୍ରାମବାସୀ ଙ୍କ ମାନସିକ ସବୁ ମିଛି ମିଳେ ଏହି ପରମ୍ପରା ରେ । ତେଣୁ ଏଠାରେ ଭକ୍ତଙ୍କ ସୁଅ ଛୁଟେ । ଠାକୁରଙ୍କ ଚାପ ଖେଳିବାର ଦୃଶ୍ୟକୁ ସମସ୍ତ ଶ୍ରଦ୍ଧାଳୁ ଆନନ୍ଦରେ ଉପଭୋଗ କରିଥାନ୍ତି ।

You might also like