୮ ଘଣ୍ଟା ଶୋଇବା ପରେ ମଧ୍ୟ ଅତ୍ୟଧିକ ନିଦ ଲାଗୁଛି କି ? ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍‌ର ଅଭାବ

ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସର ସଠିକ୍ ଭାବରେ ସନ୍ତୁଳନ ନଥାଏ, ଏହା ପୂରା ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରେ । ଯଦି ଶରୀରରେ କିଛି ଜରୁରୀ ଭିଟାମିନ୍ ର ଅଭାବ ଥାଏ, ତେବେ ଏହା ନିଦ ନ ହେବା ଏବଂ ଅତ୍ୟଧିକ ନିଦ ଲାଗିବା ଭଳି ସମସ୍ୟା ସୃଷ୍ଟି କରିପାରେ ।

ଖରା ଦିନ ଆସବା ମାତ୍ରେ ଅନେକ ସମସ୍ୟା ସୃଷ୍ଟି ହେବାକୁ ଲାଗିଥାଏ । ଯେପରି ଖାଇବା ଶୋଇବାରେ ଅସୁବିଧା ହେବାକୁ ଆରମ୍ଭ କରେ । ଏହା ସହ ଦିନସାରା ଅଳସୁଆ ଏବଂ ଥକା ଲାଗିଥାଏ । ତେବେ ଯେତେବେଳେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସର ସଠିକ୍ ଭାବରେ ସନ୍ତୁଳନ ନଥାଏ, ଏହା ପୂରା ଶରୀରକୁ ପ୍ରଭାବିତ କରିବା ଆରମ୍ଭ କରେ । ଯଦି ଶରୀରରେ କିଛି ଜରୁରୀ ଭିଟାମିନ୍ ର ଅଭାବ ଥାଏ, ତେବେ ଏହା ନିଦ ନ ହେବା ଏବଂ ଅତ୍ୟଧିକ ନିଦ ଲାଗିବା ଭଳି ସମସ୍ୟା ସୃଷ୍ଟି କରିପାରେ । ତାହେଲେ ଆସନ୍ତୁ ଜାଣିବା ଯେ ଶରୀରରେ କେଉଁ ଭିଟାମିନ୍‌ର ଅଭାବରେ ଏପରି ସମସ୍ୟା ହୋଇଥାଏ ।

ଜାଣନ୍ତୁ କେଉଁ ଭିଟାମିନ୍ ଅଭାବରୁ ଅଧିକ ନିଦ ଲାଗିଥାଏ ?
ଭିଟାମିନ୍ D : ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ ଶରୀରରେ ଭିଟାମିନ୍ D ର ଅଭାବ ହେତୁ ଶୋଇବା ସମସ୍ୟା ଦେଖାଦେଇଥାଏ । ଶରୀରରେ ଭିଟାମିନ୍ D କମ୍ ଯୋଗୁ ଅଧିକ ଥକା, ଦୁର୍ବଳ ଏବଂ ନିଦ ଅନୁଭବ ହୋଇଥାଏ । ତେବେ ଭିଟାମିନ୍ D ଆମ ଶରୀରକୁ କ୍ୟାଲସିୟମ୍ ଏବଂ ଫସଫରସ୍ ଭଳି ଜିନିଷ ଯୋଗାଇ ଥାଏ । ଏହା ହାଡରେ ଯନ୍ତ୍ରଣା ସମସ୍ୟାକୁ କମ୍‌ କରିଥାଏ । କେବଳ ଏତିକି ନୁହେଁ, ଭିଟାମିନ୍ D ମଧ୍ୟ ମେଟାବୋଲିଜିମ୍‌କୁ ମଜବୁତ କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ କାର୍ଯ୍ୟ କରିଥାଏ । ଶରୀରରେ ଭିଟାମିନ୍ D କମ୍ ହେଲେ ବଡ଼ି ପେନ୍‌, ଡାଇବେଟିସ୍‌, ହାଇ ବିପି ଭଳି ସମସ୍ୟାର ଆଶଙ୍କା ବଢିଯାଏ । ତେଣୁ ଭିଟାମିନ୍ D ରେ ଭରପୂର ଜିନିଷ ଖାଆନ୍ତୁ ଏବଂ ସକାଳ ୮ ଟାରେ ସୂର୍ଯ୍ୟ କିରଣରେ ବୁଲାବୁଲି କରନ୍ତୁ ।

ଭିଟାମିନ୍ B12 : ଯେତେବେଳେ ଶରୀରରେ ଭିଟାମିନ୍ B12 ଅଭାବ ହେବା ଆରମ୍ଭ କରେ, ସେତେବେଳେ ଅତ୍ୟଧିକ ନିଦ ଲାଗିବା ଆରମ୍ଭ ହୋଇଥାଏ । ତେବେ ଭିଟାମିନ୍ B12 ର ଅଭାବ ସ୍ନାୟୁଗତ ଏବଂ ମାନସିକ ସମସ୍ୟାର ଆଶଙ୍କା ବଢାଇଥାଏ । କିଛି ରିସର୍ଚ୍ଚ ଅନୁଯାୟୀ ଶରୀରରେ ଭିଟାମିନ୍ B12 ର ଅଭାବ ହେବା ଦ୍ୱାରା ଅତ୍ୟଧିକ ନିଦ ଲାଗିବା ଆରମ୍ଭ ହୋଇଥାଏ । ଶାକାହାରୀ ଲୋକଙ୍କଠାରେ ଭିଟାମିନ୍ B12 ବିଶେଷ ଭାବରେ କମ୍ ଦେଖାଯାଏ । ଏହା ବ୍ୟତୀତ ଭିଟାମିନ୍ B12 ବୟସ ବଢବା ସହିତ କମିବା ଆରମ୍ଭ କରେ । ଏଥିପାଇଁ ଭିଟାମିନ୍ B12 ରେ ଭରପୂର ଖାଦ୍ୟ ଗ୍ରହଣ କରିବା ଜରୁରୀ ହୋଇଥାଏ । ସେଥିପାଇଁ ଆପଣଙ୍କ ଖାଦ୍ୟରେ ସୋୟାବିନ୍, କଦଳୀ, କ୍ଷୀର, ପନିର, ଓଟ୍ସ, ଦଲିଆ ଏବଂ ଅଣ୍ଡା ଅନ୍ତର୍ଭୂକ୍ତ କରନ୍ତୁ ।

ଅନ୍ୟାନ୍ୟ ଭିଟାମିନ୍ : ଅନ୍ୟାନ୍ୟ ଅନେକ ପୋଷକ ତତ୍ତ୍ୱ ଅଛି ଯାହା ଆପଣଙ୍କ ଶୋଇବା ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଥାଏ । ଏହି ତିନୋଟିର ଅଭାବ ଯୋଗୁ ମଧ୍ୟ ଅତ୍ୟଧିକ ନିଦ ହୋଇଥାଏ । ଯଦି ଆପଣ ଅଧିକ ସମୟ ଧରି ଏପରି ସମସ୍ୟା ଅନୁଭବ କରନ୍ତି ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ ଆଗକୁ ଯାଇ ବଡ଼ ସମସ୍ୟା ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.