ଅଧିକ ମିଠା ଖାଇବାକୁ ଇଚ୍ଛା ହେବା ବି ଗୋଟେ ରୋଗ, ଜାଣନ୍ତୁ ସୁସ୍ଥ ରହିବା ଉପାୟ
ଯଦି ମିଠା ପ୍ରତି ଲୋଭ ଥାଏ କିମ୍ବା ମିଠା ଖାଇବାକୁ ଇଚ୍ଛା ହେଉଥାଏ, ତେବେ ଏହା ଏକ ସାଂଘାତିକ ରୋଗ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆସନ୍ତୁ ଜାଣିବା ମିଠା ଖାଇବାର ଲାଳସା ବା କ୍ରେଭିଂ କେଉଁ ରୋଗର ଲକ୍ଷଣ, ସେ ବିଷୟରେ...

ଖାଦ୍ୟ ଖାଇ ସାରିବା ପରେ ପ୍ରାୟତଃ ସମସ୍ତଙ୍କର ମିଠା ଖାଇବାକୁ ଇଚ୍ଛା ହୋଇଥାଏ । ଏହା ମଧ୍ୟ ଅତି ସ୍ୱାଭାବିକ କଥା । କିନ୍ତୁ ବେଳେ ବେଳେ କିଛି ଲୋକଙ୍କର ମଝିରେ ମଝିରେ ବି ମିଠା ଖାଇବାକୁ ହଠାତ୍ ଇଚ୍ଛା ହୁଏ । ଯଦି ଆପଣଙ୍କର ମଧ୍ୟ ଏଭଳି ମିଠା ପ୍ରତି ଲୋଭ ହେଉଥାଏ କିମ୍ବା ମିଠା ଖାଇବାକୁ ଇଚ୍ଛା ହେଉଥାଏ, ତେବେ ଏହା ଏକ ସାଂଘାତିକ ରୋଗ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆସନ୍ତୁ ଜାଣିବା ମିଠା ଖାଇବାର ଲାଳସା ବା କ୍ରେଭିଂ କେଉଁ ରୋଗର ଲକ୍ଷଣ, ସେ ବିଷୟରେ…
ଅନିୟନ୍ତ୍ରିତ ବ୍ଲଡ୍ ସୁଗାର: ଶରୀରରେ ସୁଗାର ଲେବଲ୍ ଉପର ତଳ ହେବା ଦ୍ୱାରା ମଧ୍ୟ ମିଠା ଖାଇବାକୁ ଇଚ୍ଛା ହୁଏ । କିଛି ମିଠା ଜିନିଷ ଖାଇଲେ, ଆମ ବ୍ଲଡ୍ ସୁଗାର ସ୍ତର ବଢ଼ିଯାଇଥାଏ । କିଛି ସମୟ ପରେ ଶକ୍ତି କମିଯାଏ । ପୁଣିଥରେ ଶକ୍ତି ପାଇବା ପାଇଁ ମିଠା ଖାଇବାକୁ ଇଚ୍ଛା ହୋଇଥାଏ ।
ହରମୋନ୍ ଅସନ୍ତୁଳନ: ହରମୋନ୍ ଅସନ୍ତୁଳନର ପ୍ରଭାବ ଆମ ପୂରା ଶରୀର ଉପରେ ପଡ଼ିଥାଏ । ପିରିୟଡ୍ସ ଓ ମେନୋପଜ୍ ବେଳେ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ । ଏହି ସମୟରେ ମଧ୍ୟ ମିଠା ଖାଇବାକୁ ପ୍ରବଳ ଇଚ୍ଛା ହୁଏ ।
ପୋଷକ ତତ୍ତ୍ୱର ଅଭାବ: ମିଠା ଖାଇବାର ଲାଲସା ବେଳେବେଳେ ମ୍ୟାଗ୍ନେସିୟମ୍, କ୍ରୋମିୟମ୍ ବା ଜିଙ୍କ୍ ଭଳି କିଛି ପୋଷକ ତତ୍ତ୍ୱର ଅଭାବର ସଙ୍କେତ ଦେଇଥାଏ । କାରଣ ଆମ ଶରୀରକୁ ଏହି ପୋଷକ ତତ୍ତ୍ୱ ପ୍ରାପ୍ତ କରିବା ପାଇଁ ଚିନି ଦରକାର ପଡ଼େ ।
ନିଦ୍ରାହୀନତା: ଠିକ୍ ଭାବେ ନ ଶୋଇଲେ ମଧ୍ୟ ଏଭଳି ଲକ୍ଷଣ ପ୍ରକାଶ ପାଏ । ଅନିଦ୍ରା ଯୋଗୁ ଭୋକକୁ ବଢ଼ାଉଥିବା ହରମୋନ୍, ଲିପ୍ଟିନ୍ର ସନ୍ତୁଳନ ବିଗିଡ଼ିଯାଇଥାଏ । ଫଳରେ ମିଠା ଖାଇବାକୁ ଇଚ୍ଛା ହୁଏ ।
ମିଠା ଖାଇବାକୁ ଇଚ୍ଛା ହେଲେ କ’ଣ କରିବେ?
– ମିଠା ଖାଇବାକୁ ଇଚ୍ଛା ହେଲେ କିମ୍ବା ଭୋକ ଲାଗିଲେ, ଜଙ୍କ୍ ଫୁଡ୍ ଓ ମିଠା ଖାଇବା ପରିବର୍ତ୍ତେ କିଛି ହେଲ୍ଦି ଖାଆନ୍ତୁ ।
– ବିଶେଷଜ୍ଞ କୁହନ୍ତି, ମିଠା ଖାଇବାକୁ ଇଚ୍ଛା ହେଲେ ଉଷୁମ ପାଣିରେ ଗାଧାନ୍ତୁ ।
– କିଛି ବାଟ ଚାଲିବା କିମ୍ବା ଦୌଡ଼ିବା ଦ୍ୱାରା ମଧ୍ୟ ମିଠା ଖାଇବାକୁ କ୍ରେଭିଂ ଦୂର ହୋଇଥାଏ ।