ଆଜି ପବିତ୍ର ପୌଷପୂର୍ଣ୍ଣିମା, ୧୪ ବର୍ଷ ବନବାସ ପରେ ଆଜି ଦିନରେ ପ୍ରଭୁ ଶ୍ରୀରାମ ସିଂହାସନରେ ଅଧିଷ୍ଠିତ ହୋଇଥିଲେ

ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୁଷ୍ୟାଭିଷକ ଅନ୍ୟତମ‌ ଉତ୍ସବ । ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ ।

ପୁରୀ (କେନ୍ୟୁଜ): ପ୍ରତି ମାସରେ ୧୫-୧୫ ଦିନର ୨ଟି ପକ୍ଷ ହୋଇଥାଏ। ଯାହାକୁ ଶୁକ୍ଲ ପକ୍ଷ ଏବଂ କୃଷ୍ଣ ପକ୍ଷ ବୋଲି ଲୋକେ ଜାଣନ୍ତି । ଶୁକ୍ଲ ପକ୍ଷର ଶେଷ ଦିନକୁ ପୂର୍ଣ୍ଣିମା କୁହାଯାଏ । କୁହାଯାଏ, ଏହି ଦିନ ଚନ୍ଦ୍ରମା ନିଜ ସମସ୍ତ କଳାରେ ସୁଶୋଭିତ ହୋଇ ଉଜ୍ୱଳ ହୋଇଥାଏ । ଶୁକ୍ଲ ପକ୍ଷକୁ ଶାସ୍ତ୍ରରେ ଦେବତାଙ୍କ ସମୟ କୁହାଯାଏ । ସେହିପରି ପୂର୍ଣ୍ଣିମା ଦିନକୁ ମଧ୍ୟ ବିଶେଷ ଭାବେ ଗଣ।ଯାଏ ।

ଏହି ଅବସରରେ ଆଜି ପବିତ୍ର ପୌଷପୂର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦେବାଭିଷେକ ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହାପ୍ରଭୁ ରାଜାଧିରାଜ ବା ସୁନାବେଶରେ ବିଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପୂର୍ବଦିନରୁ ଅର୍ଥାତ ଗତକାଲି, ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଛି।

ରତ୍ନ ସିଂହାସନରେ ବର୍ଷକୁ ୪ ଥର ହେଉଥିବା ସୁନାବେଶ ମଧ୍ୟରୁ ଆଜିର ବେଶ ଅନ୍ୟତମ । ସକାଳଧୂପ ପରେ ସ୍ୱର୍ଣ୍ଣ ଓ ରତ୍ନ ଖଚିତ ଅଳଙ୍କାରରେ ମହାପ୍ରଭୁ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୂଜ, ହରିଡାମାଳ, ବାହାଡା ମାଳ, ସେବତୀମାଳ, ଆଡକାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜାରାଜେଶ୍ୱର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଉଛନ୍ତି ।

ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ପୁଷ୍ୟାଭିଷକ ଅନ୍ୟତମ‌ ଉତ୍ସବ। ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୁର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ। ତେବେ ବର୍ଷକ ମଧ୍ୟରେ ୫ ଥର ମହାପ୍ରଭୁ ସୁନେବେଶରେ ଦର୍ଶନ ଦେଉଥିବା ବେଳେ ଆଜି ଦିନରେ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.