ଟ୍ଵିଟରରେ ଆସିଲା ନୂଆ ଫିଚର, ୟୁଜରଙ୍କୁ ମିଳିବ ଅଧିକ ସେଫ୍ଟି

ଏହି ଫିଚର ଦ୍ୱାରା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ୟୁଜରଙ୍କ ଆକାଉଣ୍ଟ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବ । ଏହି ଫିଚର ସମସ୍ତ ସୁବିଧା ବିଷୟରେ ଆସନ୍ତୁ ଜାଣିବା । PassKey ଫିଚର ଦ୍ୱାରା ୟୁଜରମାନଙ୍କ ପାଇଁ ସେମାନଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରିବା ସହଜ ହେବ ।

X ବା ପୂର୍ବ ଟ୍ୱିଟରରେ ଏକ ନୂଆ ଫିଚର ରୋଲ ଆଉଟ ହେବ । ଏହି ଫିଚରର ନାମ ହେଉଛି PassKey । ଏହି ଫିଚର ଦ୍ୱାରା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ୟୁଜରଙ୍କ ଆକାଉଣ୍ଟ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବ । ଏହି ଫିଚର ସମସ୍ତ ସୁବିଧା ବିଷୟରେ ଆସନ୍ତୁ ଜାଣିବା । PassKey ଫିଚର ଦ୍ୱାରା ୟୁଜରମାନଙ୍କ ପାଇଁ ସେମାନଙ୍କ ଆକାଉଣ୍ଟକୁ ଲଗ୍ଇନ୍ କରିବା ସହଜ ହେବ ।

କମ୍ପାନୀ କହିବା ଅନୁସାରେ ଏହା ପାସୱାର୍ଡ ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ୟୁଜରଙ୍କ ଆକାଉଣ୍ଟ ହ୍ୟାକ୍ କରିବା ଅଧିକ କଷ୍ଟ ହେବ। ଯଦି ଆପଣ ସ୍ମାର୍ଟଫୋନ୍, ଟ୍ୟାବଲେଟ୍, ଲାପଟପ୍ କିମ୍ବା ବିଭିନ୍ନ ଡିଭାଇସରେ ଆପଣଙ୍କର ଗୋଟିଏ X ଆକାଉଣ୍ଟକୁ ଲଗ୍ଇନ୍ କରନ୍ତି, ତେବେ PassKey ଫିଚର ଆପଣଙ୍କୁ ଫେସ୍ ଆଇଡି, ଟଚ୍ ଆଇଡି କିମ୍ବା ପିନ୍ ଆଇଡି ମାଗିଥାଏ । ଏହାର ଅର୍ଥ ହେଉଛି ଯଦି ଆପଣ ପାସୱାର୍ଡ ମନେ ରଖି ନଥିବେ ତେବେ ମଧ୍ୟ ଆପଣ ଆପଣଙ୍କର ଆକାଉଣ୍ଟକୁ ଲଗ୍ଇନ୍ କରି ପାରିବେ ।

ଏହି ଫିଚର ହ୍ଵାଟ୍ସଆପରେ ଥିବା ଫିଙ୍ଗର ପ୍ରିଣ୍ଟ ସେନ୍ସର ଭଳି କାମ କରେ । ହ୍ଵାଟ୍ସଆପରେ ଥିବା ଫିଙ୍ଗର ପ୍ରିଣ୍ଟ ସେନ୍ସରକୁ ଆକ୍ଟିଭ୍‌ କରିବା ପରେ, ୟୁଜରମାନଙ୍କୁ ସେମାନଙ୍କର ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ଏଣ୍ଟ୍ରି କରିବା ପାଇଁ ପାସୱାର୍ଡ ନୁହେଁ ବରଂ ସେମାନଙ୍କର ଫିଙ୍ଗର ପ୍ରିଣ୍ଟକୁ ଟଚ୍‌ କରିବାକୁ ପଡିଥାଏ । ସମାନ ଭାବେ X (ଟ୍ୱିଟର)ରେ ମଧ୍ୟ ୟୁଜରମାନେ ଲଗଇନ୍ ପାଇଁ ପାସୱାର୍ଡ ବ୍ୟତୀତ ଫେସ୍ ଆଇଡି, ଟଚ୍ ଆଇଡି କିମ୍ବା ପିନ୍ ବ୍ୟବହାର କରିବାର ଅପ୍ସନ ପାଇବେ । ଏହା ଦ୍ୱାରା ୟୁଜରମାନଙ୍କୁ ପାସୱାର୍ଡ ମନେ ରଖିବାର ଆବଶ୍ୟକ ନାହିଁ ଏବଂ ଅନ୍ୟ କେହି ୟୁଜର ଆପଣଙ୍କ ଆକାଉଣ୍ଟ ଖୋଲି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.