ହୋମ ର କଣ ରହିଛି ମହତ୍ତ୍ୱ, ହୋମ ଦ୍ୱାରା ଦୂର ହେବ ଗୃହ ସମସ୍ୟା ସହ ଆର୍ଥିକ ସମସ୍ୟା

ହୋମ ଦ୍ୱାରା ସମସ୍ତ ଅଞ୍ଚଳ ପବିତ୍ର ହୋଇଥାଏ । ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହିତ ପରିବେଶରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ହୋମ କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ ।

(କେନ୍ୟୁଜ ବ୍ୟୁରୋ): ହିନ୍ଦୁ ଧର୍ମରେ ହୋମର ବିଶେଷ ମହତ୍ତ୍ୱ ରହିଛି । କୌଣସି ଶୁଭ କାର୍ଯ୍ୟ ବା ଗୃହ ପ୍ରବେଶ ପୂର୍ବରୁ ହୋମ ନିଶ୍ଚିତ ଭାବେ କରାଯାଇଥାଏ । କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ଯଦି ହୋମ ଯଜ୍ଞ କରାଯାଇଥାଏ ତେବେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ । ଏହି ହୋମର କଣ ମହତ୍ତ୍ୱ ରହିଛି । ଆସନ୍ତୁ ଜାଣିବା ହୋମ କରିବା ଦ୍ୱାରା କଣ ସୁଫଳ ମିଳିଥାଏ ।

ପରିବେଶ ଶୁଦ୍ଧ ହେବାରେ ହୋମ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହୋମ ଦ୍ୱାରା ସମସ୍ତ ଅଞ୍ଚଳ ପବିତ୍ର ହୋଇଥାଏ । ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହା ସହିତ ପରିବେଶରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ହୋମ କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ । ହୋମ କରିବା ପୂର୍ବରୁ ସ୍ୱଚ୍ଛତା କୁ ଧ୍ୟାନ ଦିଆଯାଇଥାଏ ।

ହୋମ କରିବା ପାଇଁ ବିଶେଷ କାଠ ଆବଶ୍ୟକ ହୋଇଥାଏ । ଆମ୍ବ କାଠ , ବେଲ, ନିମ୍ବ, ଦେବଦାରୁ ଚେର, ଆମ୍ଭ ପତ୍ର, ଚନ୍ଦନ କାଠ, ରାଶି, ଜାମ୍ବ ପତ୍ର, ଅଶ୍ୱଗନ୍ଧା ଚେର, କର୍ପୁର, ଲବଙ୍ଗ, ଚାଉଳ, ବ୍ରାହ୍ମୀ, ଘିଅ ଏବଂ ଅନ୍ୟାନ୍ୟ ବନସ୍ପତି ର ବ୍ୟବହାର କରାଯାଇଥାଏ । ଏହି ସମସ୍ତ ଜିନିଷ ପରିବେଶକୁ ପ୍ରଦୁଷଣ ମୁକ୍ତ କରିଥାଏ ।
ପରିବାରରେ ଲଗାତାର ବିବାଦ ଲାଗି ରହୁଥିଲେ ହୋମ କରିବା ଦ୍ୱାରା ଶାନ୍ତି ମିଳିଥାଏ । ହୋମ ର ପାଉଁଶକୁ ଘରର ଆଖପାଖରେ ପକାଇ ଦିଅନ୍ତୁ । ଏହା ଦ୍ୱାରା ଘରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । ଆର୍ଥିକ ସମସ୍ୟା ଦୂର କରିବା ପାଇଁ ହୋମ କରିବା ଜରୁରୀ ହୋଇଥାଏ । ଶୁଭ ତିଥିରେ ହିଁ ହୋମ କରିବା ଘର ପାଇଁ ଲାଭଦାୟକ ହୋଇଥାଏ । ହୋମ ହେବା ପରେ ଏହାର ପାଉଁଶକୁ ଏକ ଲାଲ ବସ୍ତ୍ରରେ ବାନ୍ଧି ଘରେ ଥିବା ଲକର୍‌ରେ ରଖନ୍ତୁ । ଏହା କରିବା ଦ୍ୱାରା ଘରେ ହେଉଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ହୋମ ସହିତ କୌଣସି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ସକରାତ୍ମକ ଧ୍ୱନି ପ୍ରତିଫଳିତ ହୋଇଥାଏ । ହୋମରୁ ବାହାରୁଥିବା ଧୂଆଁ ଶରୀର ପାଇଁ ହିତକର ହୋଇଥାଏ । ଟାଇଫଏଡ ଭଳି ମାରାତ୍ମକ ରୋଗ ର ଜୀବାଣୁଙ୍କୁ ଏହି ଧୂଆଁ ନଷ୍ଟ କରିବାରେ ସହାୟକ ହୋଇଥାଏ । ହୋମରେ ଆମ୍ବ କାଠର ଅଧିକ ବ୍ୟବହାର ହୋଇଥାଏ । ଆମ୍ଭ କାଠ ଜଳିବା ଦ୍ୱାରା ପରିବେଶରେ ଥିବା ମାରାତ୍ମକ ଜୀବାଣୁ ନଷ୍ଟ ହୋଇଥାଏ । ଏହା ସହ ପରିବେଶ ଶୁଦ୍ଧ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.