Below header

୬୯ ତମ ଫିଲ୍ମ ଫେୟାର ଆଓ୍ଵାର୍ଡ : ଆଲିଆ ଭଟ୍ଟ ଓ ରଣବୀର କପୁର ହେଲେ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଅଭିନେତା, ଶ୍ରେଷ୍ଠ ଫିଲ୍ମ 12th ଫେଲ୍‌

ଗୁଜୁରାଟର ଗାନ୍ଧୀ ନଗରରେ ୬୯ ତମ ଫିଲ୍ମ ଫେୟାର ଆଓ୍ଵାର୍ଡର କାର୍ଯ୍ୟକ୍ରର୍ମ ଆୟୋଜିତ ହୋଇଥିଲା । ତେବେ କରଣ ଜୋହର ଏହି ସୋ ର ହୋଷ୍ଟ ଥିଲେ । ତାଙ୍କ ସହ ମନୀଷ ପାଲ ମଧ୍ୟ ଏହି ଆଓ୍ଵାର୍ଡ କାର୍ଯ୍ୟକ୍ରର୍ମରେ ହୋଷ୍ଟ କରିଥିଲେ । ଏଥି ସହିତ ସେ ନିଜର ଅଭିନୟ ସହିତ ସମସ୍ତ ବଲିଉଡ ଷ୍ଟାରଙ୍କ ମଧ୍ୟରେ ଏକ ମାର୍କ ସୃଷ୍ଟି କରିଥିଲେ । ଫିଲ୍ମଫେୟାର ପାଇଁ ମନୋନୀତ ହୋଇଥିବା ରଣବୀର କପୁର ଏହି ଆଓ୍ଵାର୍ଡ ଜିତିଥିଲେ । ସେମାନଙ୍କ ବ୍ୟତୀତ ଆଲିଆ ଭଟ୍ଟ ଏବଂ ବିକି କୌଶଲ ମଧ୍ୟ ଏହି ଆଓ୍ଵାର୍ଡ ଜିତିଥିଲେ ।

୬୯ ତମ ଫିଲ୍ମ ଫେୟାର ଆଓ୍ଵାର୍ଡ ରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କୁ ବେଷ୍ଟ ଅଭିନେତା ଆଓ୍ଵର୍ଡ ମିଳିଛି । କିନ୍ତୁ ରଣବୀର ଫିଲ୍ମ ଆନିମଲ ପାଇଁ ଏହି ଆଓ୍ଵର୍ଡ ଜିତିଛନ୍ତି । ଏଥିସହିତ ଅଭିନେତା ବିକି କୌଶଲ ମଧ୍ୟ ଫିଲ୍ମ ଡଙ୍କି ପାଇଁ ଏହି ଆଓ୍ଵାର୍ଡ ଜିତିଛନ୍ତି ।

ଗୁଜୁରାଟର ଗାନ୍ଧୀ ନଗରରେ ୬୯ ତମ ଫିଲ୍ମ ଫେୟାର ଆଓ୍ଵାର୍ଡର କାର୍ଯ୍ୟକ୍ରର୍ମ ଆୟୋଜିତ ହୋଇଥିଲା । ତେବେ କରଣ ଜୋହର ଏହି ସୋ ର ହୋଷ୍ଟ ଥିଲେ । ତାଙ୍କ ସହ ମନୀଷ ପାଲ ମଧ୍ୟ ଏହି ଆଓ୍ଵାର୍ଡ କାର୍ଯ୍ୟକ୍ରର୍ମରେ ହୋଷ୍ଟ କରିଥିଲେ । ଏଥି ସହିତ ସେ ନିଜର ଅଭିନୟ ସହିତ ସମସ୍ତ ବଲିଉଡ ଷ୍ଟାରଙ୍କ ମଧ୍ୟରେ ଏକ ମାର୍କ ସୃଷ୍ଟି କରିଥିଲେ । ଫିଲ୍ମଫେୟାର ପାଇଁ ମନୋନୀତ ହୋଇଥିବା ରଣବୀର କପୁର ଏହି ଆଓ୍ଵାର୍ଡ ଜିତିଥିଲେ । ସେମାନଙ୍କ ବ୍ୟତୀତ ଆଲିଆ ଭଟ୍ଟ ଏବଂ ବିକି କୌଶଲ ମଧ୍ୟ ଏହି ଆଓ୍ଵାର୍ଡ ଜିତିଥିଲେ ।

ସେହି ଆଓ୍ଵାର୍ଡ କାର୍ଯ୍ୟକ୍ରର୍ମରେ ବଲିଉଡର ଅନେକ ଷ୍ଟାର ଯୋଗ ଦେଇଥିଲେ ଯେପରି, ବରୁଣ ଧାୱନ, ଜାନଭୀ କପୁର ଏବଂ କରୀନା କପୁର ଖାନଙ୍କ ପରି ଅନେକ ଷ୍ଟାର ଫିଲ୍ମଫେୟାର ପାଇଁ ସେମାନଙ୍କ ଅଭିନୟରେ ମଧ୍ୟାମରେ ଯୋଗ ଦେଇଥିଲେ । ଏଥି ସହିତ ଟ୍ରୁପ୍ଟି ଡିମ୍ରି ମଧ୍ୟ ତାଙ୍କ ଡ୍ୟାନ୍ସରେ ଡେବ୍ୟୁ କରିଥିଲେ । ଫିଲ୍ମଫେୟାର ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଅଭିନେତାଙ୍କ ଲିଷ୍ଟ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ମନୋନୀତ ଷ୍ଟାରଙ୍କ ନାମ ଘୋଷଣା କରାଯାଇଥିଲା । ତେବେ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ୧୯ ନମ୍ବର ସହିତ ସେହି ଲିଷ୍ଟରେ ଆଗୁଆ ରହିଥିଲେ ।

ତାହେଲେ ଆସନ୍ତୁ ଜାଣିବା ଯେ ଏହି ୬୯ ତମ ଫିଲ୍ମ ଫେୟାର ଆଓ୍ଵାର୍ଡର ବିଜେତାଙ୍କ ନାମର ଲିଷ୍ଟ ।
ବେଷ୍ଟ ଫିଲ୍ମ ମଧ୍ୟରେ 12th ଫେଲ୍‌ ଏବଂ ବେଷ୍ଟ କ୍ରିଟିକ୍ସ ମଧ୍ୟରେ ଜୋରମ ଭଳି ଫିଲ୍ମର ନାମ ରହିଛି । ଏହା ସହ ବେଷ୍ଟ ଡାରେକ୍ଟର ହେଉଛନ୍ତି ବିଦୁ ବିନୋଦ ଚୋପ୍ରା । ତେବେ ବେଷ୍ଟ ମେଲ୍‌ ଅଭିନେତା ଫିଲ୍ମ ‘ଆନିମଲ’ରୁ ହେଉଛନ୍ତି ରଣବୀର କପୁର । ଏହା ସହ ବେଷ୍ଟ ଅଭିନେତା କ୍ରିଟିକ୍ସ ହେଉଛନ୍ତି ବିକ୍ରାନ୍ତ ମାସେ । ବେଷ୍ଟ ଅଭିନେତ୍ରୀ ହେଉଛନ୍ତି ଆଲିଆ ଭଟ୍ଟ ଯିଏ କି ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ଯୋଗୁ ଏହି ଆଓ୍ଵାର୍ଡ ପାଇଛନ୍ତି । ତେବେ ବେଷ୍ଟ ଅଭିନେତ୍ରୀ କ୍ରିଟିକ୍ସରୁ ରାନୀ ମୁଖାର୍ଜୀ ଫିଲ୍ମ ‘ମିସେସ୍‌ ଚାଟାର୍ଜୀ ଭେସ୍‌ ନରୱେ’ ଏବଂ ଶେଫାଲୀ ଶାହା ‘ତ୍ରି ଅଫ୍‌ ଅସ୍‌’ । ଏହା ସହ ବେଷ୍ଟ ସପୋଟିଂ ଅଭିନେତା ମେଲ୍‌ ଫିଲ୍ମ ‘ଡଙ୍କିରୁ ହେଉଛନ୍ତି ବିକି କୌଶଲ । ସେହିପରି ବେଷ୍ଟ ସପୋଟିଂ ଅଭିନେତ୍ରୀ ଫିଲ୍ମ ‘ରକି ଔର ରାନି କି ପ୍ରେମ୍‌ କାହାନୀ’ରୁ ଶବାନା ଆଜମି । ଏହା ସହ ବେଷ୍ଟ ଷ୍ଟୋରି ହେଉଛି ‘OMG ୨’ ଯାହାକୁ ଅମିତ ରାୟ କରିଛନ୍ତି । ତେବେ ବେଷ୍ଟ ସ୍କ୍ରିନ୍ ସ୍କ୍ରିପ୍ ହେଉଛି ବିଦୁ ବିନୋଦ ଚୋପ୍ରାଙ୍କ ଫିଲ୍ମ 12th ଫେଲ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.