ଆମିରଙ୍କ ଘରେ ପହଞ୍ଚିଲା କରୋନା, ତାଙ୍କ ଟିମ୍‌ର ୭ଜଣ ସଦସ୍ୟ ବାହାରିଲେ ପଜେଟିଭ

ବଢୁଥିବା କରୋନା ପ୍ରକୋପରୁ ବଲିଉଡ ମଧ୍ୟ ବଞ୍ଚିପାରିନାହିଁ। ଏବେ ବଲିଉଡ ଅଭିନେତା ଆମିର ଖାନଙ୍କ ଟିମ୍‌ ମେମ୍ବର କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି ବୋଲି ଆମିର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଖବର ମୁତାବକ, ଆମରିଙ୍କ ଟିମ ମେମ୍ବର ୭ ଜଣ କରୋନା ସଂକମ୍ରିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଆମିରଙ୍କ ଡ୍ରାଇଭର, ଦୁଇ ଜଣ ସୁରକ୍ଷାକର୍ମୀ ଏବଂ ଜଣେ ରୋଷେୟା ସାମିଲ ରହିଛନ୍ତି।

ଟ୍ଵିଟରରେ ସେ ଲେଖିଛନ୍ତି ଯେ, ମୁଁ ଆପଣମାନଙ୍କୁ ସୂଚତି କରିବାକୁ ଚାହୁଁଛି କି, ମୋର କିଛି ସଦସ୍ୟଙ୍କର କରୋନା ପଜେଟିଭି ବାହାରିଛି। ଏହା ଜଣାପଡ଼ିବା ପରେ ବିଏମସି (ବୃହତ ମୁମ୍ବାଇ ମହାନଗରପାଳିକା)ର କର୍ମଚାରୀମାନେ ତାଙ୍କୁ ନେଇ କ୍ୱାରାଣ୍ଟାଇନରେ ରଖିଛନ୍ତି । ତେବେ ତାଙ୍କର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିଲେ ମଧ୍ୟ ତାହା ନେଗେଟିଭ ଆସିଥିବା ଆମିର କହିଛନ୍ତି । ଏହାଛଡା ସେ ରହୁଥିବା ସୋସାଇଟିକୁ ଭଲ ଭାବେ ସାନିଟାଇଜ କରାଯାଇଛି। ଅନ୍ୟ ବାକି ଲୋକଙ୍କ ମଧ୍ୟ ଟେଷ୍ଟ ହୋଇଛି, କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ମୁମ୍ବାଇର କୋକିିଲାବେନ ହସପିଟାଲରେ ଅମୀର ଓ ତାଙ୍କ ପରିବାରର କରୋନା ପରୀକ୍ଷା ହୋଇଥିବା ବେଳେ ସମସ୍ତଙ୍କର ନେଗେଟିଭ ବାହାରିଥିବା ବେଳେ ଆମରିଙ୍କ ମା’ଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

 

View this post on Instagram

 

A post shared by Aamir Khan (@_aamirkhan) on

ଏବେ ଆମିର ଲାଲ ସିଂ ଚଡ୍ଡା ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମଟି ହଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ଫରେଷ୍ଟ ଗମ୍ପର ହିନ୍ଦୀ ରିମେକ । ଏହି ଫିଲ୍ମଟି ଆସନ୍ତା ଖ୍ରୀଷ୍ଟମାସ ଉପଲକ୍ଷେ ରିଲିଜ ହେବାର ଥିଲେ ମଧ୍ୟ କରୋନା, ଲକଡାଉନ ଆଦି ଯୋଗୁଁ ସୁଟିଂ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.