ସଟ୍ ଡାଉନ୍ ବେଳେ ରେଶମ ସହରରୁ ଗଞ୍ଜେଇ ସିଗାରେଟ୍ ଭର୍ତ୍ତି ବ୍ଯାଗ୍ ଜବତ କଲା ଜିଲ୍ଲା ପ୍ରଶାସନ, ଜଣେ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରକୁ ଚାରିଦିନିଆ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ ଏହି ସଟ୍ ଡାଉନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚେକିଂକୁ କଡ଼ାକଡି କରାଯାଇଛି । ଏହି ଚେକିଂ ସମୟରେ ଏକ ଜିଲ୍ଲା ପ୍ରଶାସନକୁ ଏକ ଚୋରା ଗଞ୍ଜେଇ କାରବାରର ସୁରାକ ମିଳିବା ସହ ଏହି ବ୍ୟବସାୟର ପର୍ଦ୍ଦାଫାସ ହୋଇଛି ।

ganjaସୂଚନା ଅନୁଯାୟୀ, ଆଜି ସକାଳେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମାଜିଷ୍ଟ୍ରେଟଙ୍କ ସହ କର୍ମଚାରୀ ମାନେ ସହରର ବିଭିନ୍ନ ଛକରେ ଚେକିଂ କରୁଥିବା ସମୟରେ ଜଣେ ବାଳକ ଏକ ବ୍ୟାଗ ଭର୍ତ୍ତି ସିଗାରେଟ ଧରି ଯାଉଥିବା ଦେଖିବାକୁ ପାଇଥିଲେ । ପରେ ତାକୁ ପଚରା ଉଚୁରା କରିବା ପରେ ସେଗୁଡିକି ସିଗାରେଟ୍ ନୁହେଁ ବରଂ ସିଗାରେଟକୁ ହଟାଇ ତାରି ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ ।  ଏହାକୁ କେଉଁ ସ୍ଥାନରୁ ଅଣାଯାଇଛି ସେନେଇ ଖୋଡ଼ତାଡ କରିବା ପରେ ସହରର କାଳୁ ପାତ୍ର ସାହିରେ ବାପୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଆଣିଥିବା ଜଣାପଡିଥିଲା ।

ପରେ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ସଂପୃକ୍ତ ଘର ଉପରେ ଚଢାଉ କରିବା ପରେ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା । ଏହା ସହ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ମଧ୍ୟ ଜବତ ହୋଇଛି । ଏନେଇ ବ୍ରହ୍ମପୁର ଅବକାରୀ ବିଭାଗକୁ ଖବର ଦେବା ପରେ ଅବକାରୀ ବିଭାଗ କର୍ମଚାରୀ ମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଚଢାଉ ଜାରି ରିଖିଛନ୍ତି । ସେପଟେ ବେଆଇନ ଗଞ୍ଜେଇ ଗଚ୍ଛିତ କରିଥିବା ବ୍ୟକ୍ତି ଭଡ଼ା ସୂତ୍ରରେ ସେହି ଘରେ ରହୁଥିବା ବେଳେ ନିଜ ପରିବାର ଲୋକେ ମଧ୍ୟ ରହି ଆସୁଥିଲେ । ଦୀର୍ଘ ଚାରି ବର୍ଷ ହେଲା ସେ ଏହି ଚୋରା ବ୍ୟବସାୟ କରିଆସୁଥିବା ବେଳେ ଅସଲି ସିଗାରେଟ ଆଣି ତାରି ଭିତରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରୀ କରୁଥିଲେ ।

seizedନିଜେ ତାକୁ ଘରେ ପ୍ରସ୍ତୁତ କରିବା ପରେ ବଜାରରେ ବିକ୍ରୀ କରୁଥିବା ବେଳେ ଦିନକୁ ୧୨ଶହରୁ ୧୫ଶହ ଟଙ୍କା ବିକ୍ରୀ କରୁଥିବା ସ୍ୱୀକାର କରିଛନ୍ତି । ତେବେ ସହରର ମଧ୍ୟରୁ ଦୀର୍ଘ ଦିନ ଧରି ଏଭଳି ବେଆଇନ ଗଞ୍ଜେଇ କାରବାର ଚାଲିଥିବା ବେଳେ ଅବକାରୀ ବିଭାଗ ସୁରାକ୍ ପାଇ ପାରିନଥିଲା । ଏହା ସହ ଏହି ଗଞ୍ଜେଇ ସେ କେଉଁଠାରୁ ଆଣୁଥିଲେ ଓ କିଏ ଯୋଗାଉଥିଲା ସେ ନେଇ ଅଧିକା ତଦନ୍ତ କଲେ ଏହି ରାକେଟର ପର୍ଦ୍ଦାଫାସ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.