ମେଦିନିପୁର ମନ୍ଦାରମଣୀ ସମୁଦ୍ର ବେଳାଭୂମିରୁ ବିଶାଳକାୟ ମୃତ ନୀଳ ତିମି ଉଦ୍ଧାର

ପଶ୍ଚିମବଙ୍ଗ : ବଙ୍ଗୋପସାଗର ସମୁଦ୍ର ବେଳାଭୂମିରୁ ବିଶାଳକାୟ ମୃତ ନୀଳ ତିମି ଉଦ୍ଧାର। ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ମନ୍ଦାରମଣୀ ସମୁଦ୍ର କୂଳରେ ଆଜି ଏକ ବିରାଟକାୟ ମୃତ ନୀଳ ତିମି ଲାଗିଥିବା ଦେଖିବାକୁ ମିଳିଥିଲା।

ଏହାର ଲମ୍ବ ପ୍ରାୟ ୪୫ଫୁଟ ହୋଇଥିବାବେଳେ ଚଉଡା ୧୦ଫୁଟ ଓ ଓଜନ ପ୍ରାୟ ୧୮ ଟନ୍‌ ହେବ ବୋଲି ପଶ୍ଚିମବଙ୍ଗ ବନବିଭାଗ ସୂଚନା ଦେଇଛି। ତେବେ କିପରି ଏହାର ମୃତ୍ୟୁ ହେଲା ସେନେଇ ସ୍ପଷ୍ଟ ହୋଇନାହିଁ। ଏହା ବିରଳ ପ୍ରଜାତିର ତିମି ହୋଇଥିବାରୁ ଏହାର କଙ୍କାଳକୁ ମ୍ୟୁଜିୟମରେ ରଖାଯିବ ବୋଲି ବନବିଭାଗ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.