Below header

କାଜଲ ଅଗ୍ରଓ୍ଵାଲଙ୍କୁ ଭେଟିବା ପାଇଁ ଫ୍ୟାନ୍‌ ଖର୍ଚ୍ଚ କରିଦେଲେ ୬୦ ଲକ୍ଷ ଟଙ୍କା, ସାମ୍ନାକୁ ଆସିଲା ଏତେ ବଡ଼ ଧୋକା

ଭାରତରେ ବଲିଉଡ୍‌ ସେଲିବ୍ରିଟି ଏବଂ କ୍ରିକେଟ ପାଇଁ ପ୍ରଶଂସକମାନଙ୍କ ଭଲ ପାଇବା କାହାକୁ ଅଛପା ନାହିଁ। ଏପରି କି, ଦକ୍ଷିଣ ଭାରତରେ କେତେଜଣ ସେଲିବ୍ରିଟିଙ୍କୁ ଭଗବାନଙ୍କ ସ୍ଥାନ ମିଳିଛି। ଯଦିଓ ଅନେକ ଥର ଫ୍ୟାନମାନଙ୍କ ପାଗଳପଣ ସେମାନଙ୍କ ନିଜ ଉପରେ ହିଁ ଭାରି ପଡ଼ିଯାଏ। ଏମିତି କିଛି ଦେଖିବାକୁ ମିଳିଛି କାଜଲ ଅଗ୍ରଓ୍ଵାଲଙ୍କର ଜଣେ ଫ୍ୟାନଙ୍କ କ୍ଷେତ୍ରରେ, ଯିଏକି ଏହି ଅଭିନେତ୍ରୀଙ୍କୁ ଦେଖା କରିବା ପାଇଁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି।

ଏହାସହ ପଢ଼ନ୍ତୁ: ରାସ୍ତା ଉପରେ ନିଜ ମା’ଙ୍କ ମୃତଦେହ ନିକଟରେ ବସି କାନ୍ଦୁଥିଲେ ଅର୍ପିତା, ଏମିତି ବନିଗଲେ ଖାନ୍‌ ପରିବାରର ଲାଡ୍‌ଲି

ତାଲିମନାଡ଼ୁର ରାମାନାଥାପୁରମ୍‌ ସହରର ଏହି ବ୍ୟକ୍ତି ଜଣକ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କର ବହୁତ ବଡ଼ ପ୍ରଶଂସକ। ସେ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କୁ ଭେଟିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ। ଏହାରି ଭିତରେ ତାଙ୍କୁ ଏକ ୱେବସାଇଟର ପତ୍ତା ମିଳିଥିଲା, ଯେଉଁଥିରେ କାଜଲଙ୍କୁ ଭେଟିବାର ସମସ୍ତ ସୂଚନା ଦିଆଯାଉଥିଲା।

kajol ka

କାଜଲଙ୍କର ଏହି ଫ୍ୟାନ୍‌ ଜଣକ ସେହି ୱେବପେଜକୁ ଯାଇ ପଚରାଉଚରା କରିଥିଲେ। ଏହାପରେ ୱେବପେଜ୍‌ ମେକରଙ୍କ ଆଡ଼ୁ ତାଙ୍କୁ ୫୦ ହଜାର ଟଙ୍କା ଏବଂ ବ୍ୟକ୍ତିଗତ ସୂଚନା ମଗାଯାଇଥିଲା, ଯାହାକୁ ଫ୍ୟାନ୍‌ ଜଣକ ସଙ୍ଗେ ସଙ୍ଗେ ଦେଇ ଦେଇଥିଲେ। ଏହାପରେ ସେମାନେ କେତେକ ପର୍ଯ୍ୟାୟରେ ବ୍ୟକ୍ତିଙ୍କଠାରୁ ଟଙ୍କା ମାଗିଥିଲେ। କିନ୍ତୁ କାଜଲଙ୍କ ସହିତ ଦେଖା କରେଇବାର ମିଟିଂ ଡିଟେଲ୍ସ ସେୟାର କରି ନ ଥିଲେ। କିଛି ସମୟ ପରେ ଫ୍ୟାନଙ୍କୁ ଅନୁଭବ ହୋଇଥିଲା କି ତାଙ୍କ ସହିତ ଧୋକା ହେଉଛି। ତେଣୁ ସେ ଆଉ ଟଙ୍କା ଦେବାକୁ ମନା କରିଦେଲେ। ହେଲେ ୱେବପେଜ୍‌ ମେକର୍ସ ତାଙ୍କ ବ୍ୟକ୍ତିଗତ ସୂଚନା ଏବଂ ଫଟୋ ଲିକ୍‌ କରିଦେବାକୁ ଧମକ ଦେଇ ଚାଲିଲେ। ଏଠାରେ କହି ରଖୁଛୁ କି, ଏହି ପେଜକୁ କେତେଜଣ ଲୁଟେରା ଗ୍ୟାଙ୍ଗ୍‌ ଚଲାଉଥିଲେ। ସେତେବେଳକୁ କାଜଲଙ୍କ ଫ୍ୟାନ୍‌ ସେମାନଙ୍କୁ ୬୦ ଲକ୍ଷ ପଯ୍ୟର୍ନ୍ତ ଟଙ୍କା ଦେଇସାରିଥିଲେ।

ka ka

ଏହି ଘଟଣାକୁ ନେଇ ଫ୍ୟାନ୍‌ ଜଣକ ସାମାନ୍ୟ ଚିନ୍ତିତ ହୋଇଯାଇଥିଲେ ଏବଂ ସେ ତାଙ୍କ ଘର ବି ଛାଡ଼ିଦେଇଥିଲେ। ସେପଟେ ଯେତେବେଳେ ମାମଲା ପୋଲିସ ପାଖରେ ପହଞ୍ଚିଥିଲା, ପୋଲିସ ଅଧିକାରୀମାନେ ତାଙ୍କୁ କୋଲକାତାରୁ ଉଦ୍ଧାର କରିଥିଲେ। ରିପୋର୍ଟ ମୁତାବକ, ଫ୍ୟାନଙ୍କ ଅଭିଯୋଗ ପରେ ପୋଲିସ ଶ୍ରବଣକୁମାର ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.