ଲିଙ୍କରେ କ୍ଲିକ୍ କରି ଦେଢ଼ ଲକ୍ଷ ହରାଇଲେ ବଲିଉଡ୍ ଅଭିନେତା ଆଫତାବ ଶିବଦାସାନି
ଅଭିନେତା ଆଫତାବ ଶିବଦାସାନି ନିଜ ମୋବାଇଲରେ ଏକ ମେସେଜ ପାଇବା ପରେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି ।
ମୁମ୍ବାଇ : ସାଇବର ଠକେଇର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତା ଆଫତାବ୍ ଶିବଦାସାନି । ଆଫତାବଙ୍କୁ ଦେଢ ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି । ଏନେଇ ଏବେ ସାଇବର ସେଲ୍ ପକ୍ଷରୁ ତଦନ୍ତ ଚାଲିଛି । ଭାରତୀୟ ଦଣ୍ଡ ସଂହିତା- IPC ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା- IT ଅଧିନିୟମ ଅଧୀନରେ ଏକ ମାମଲା ରୁଜୁ କରି ପୋଲିସ୍ ଟିକିନିଖି ଯାଞ୍ଚ କରୁଛି ।
ମୁମ୍ବାଇ ସ୍ଥିତ ବାନ୍ଦ୍ରା ପୋଲିସର ସୂଚନା ଅନୁସାରେ, ଅଭିନେତା ଆଫତାବ ଶିବଦାସାନି ନିଜ ମୋବାଇଲରେ ଏକ ମେସେଜ ପାଇବା ପରେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ହରାଇବାକୁ ପଡ଼ିଛି । ଆଫତାବଙ୍କୁ ଏକ ଅଜଣା ମୋବାଇଲ୍ ନମ୍ବରରୁ ମ୍ୟାସେଜ ଆସିଥିଲା। ଯେଉଁଥିରେ ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ତାଙ୍କର KYC ବିବରଣୀ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେ ମ୍ୟାସେଜରେ ଉଲ୍ଲେଖ କରାଯାଇଥିବା ଲିଙ୍କରେ କ୍ଲିକ୍ କରି ନିର୍ଦ୍ଦେଶନାମା ଅନୁସରଣ କରିଥିଲେ । ଏହାପରେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୪୯ ହଜାର ୯୯୯ ଟଙ୍କା ଚାଲି ଯାଇଥିଲା।…