ଲକ୍ଷ୍ମୀ ପ୍ରଣିତାଙ୍କୁ ବିବାହ କରିବା ପାଇଁ ଗୋଟେ ବର୍ଷ ଅପେକ୍ଷା କରିଥିଲେ ଜୁନିଅର ଏନଟିଆର, ନହେଲେ ହୋଇଥାନ୍ତା କେସ୍
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜୁନିଅର ଏନଟିଆରଙ୍କ କ୍ରେଜ କେବଳ ସାଉଥ ନୁହେଁ ବରଂ ପୁରା ଭାରତରେ ରହିଛି। ଫିଲ୍ମ ଆରଆରଆରର ସଫଳତା ପରେ ପ୍ୟାନ୍ ଇଣ୍ଡିଆର ଷ୍ଟାର ବୋଲି କୁହାଯାଉଛି। ଜୁନିଅର ଏନଟିଆରଙ୍କ ବାପା ନନଦମୁରୀ ହରି କୃଷ୍ମ ଜଣେ ତେଲୁଗୁ ଅଭିନେତା। ଜୁନିଅର ଏନଟିଆରଙ୍କ ପ୍ରକୃତ ନାମ ତାରକ। ହେଲେ ତାଙ୍କ ତାଙ୍କୁ ଜେଜେଙ୍କ ନାମରେ ଜୁନିଅର ଏନଟିଆର ବୋଲି ଡକାଯାଉଛି।
ଛୋଟବେଳେ ଜୁନିଅର ଏନଟିଆରଙ୍କ କାମରେ ଆକର୍ଷଣ ହୋଇ ନିର୍ଦ୍ଦେଶକ ରାଘବେନ୍ଦ୍ର ରାଜାମୌଲୀଙ୍କ ଫିଲ୍ମ ଷ୍ଟୁଡେଣ୍ଟ ନଂ ୧ରେ ସାଇନ୍ କରିବା ପାଇଁ କହିଥିଲେ। ଏହି ଫିଲ୍ମ ନିର୍ମାଣ ହେବାକୁ ବହୁତ ସମୟ ଲାଗିଥିଲା। ଏହା ପରେ ଏନଟିଆର ନିନ୍ନୁ ଚୁଡାଲାନୀ ତେଲୁଗୁରେ ଡେବ୍ୟୁ କରିଥିଲେ। ଏହି ହିଟ୍ଫିଲ୍ମ ଯୋଗୁଁ ଏନଟିଆର ଲୋକପ୍ରିୟତା ବଢିଯାଇଥିଲା। ଏହାର ମ୍ୟୁଜିକ ଲଞ୍ଚ ପାର୍ଟିରେ ୧୦ ଲକ୍ଷ ଫ୍ୟାନ୍ସ ପହଞ୍ଚିଥିଲେ। ୧୦ ଲକ୍ଷ ଲୋକ ହେବା ସତ୍ତ୍ୱେ ମଧ୍ୟ ଇଭେଣ୍ଟରେ କିଛି ଅଘଟଣ ହୋଇନଥିଲା। କିନ୍ତୁ ଦୁଇ ବର୍ଷ ତଳେ ଏକ ଇଭେଣ୍ଟରେ ଜଣେ ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିଲା। ଜୁନିଅର ଏନଟିଆର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେଇଥିଲେ ଏବଂ ପରିବାରର ଦାୟିତ୍ୱ ଗ୍ରହଣ କରିଥିଲେ।
ଜୁନିଅର ଏନଟିଆର ନିଜର ବ୍ୟକ୍ତିଗତ ଜୀବନୀକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ନିର୍ବନ୍ଧ ମାତ୍ର ୧୭ ବର୍ଷ ବୟସ୍କା ଲକ୍ଷ୍ମୀ ପ୍ରଣତିଙ୍କ ସହିତ ହୋଇଥିଲା। ଏହାକୁ ନେଇ ବିଜୟଓ୍ଵାଡାର ଜଣେ ଓକିଲ ଚାଇଲ୍ଡ ମ୍ୟାରେଜ ଆକ୍ଟ ଅଧିନରେ କେସ୍ କରିଥିଲେ। ବିବାଦରୁ ବଞ୍ଚିବା ପାଇଁ ଜୁନିଆର ଏନଟିଆର ବିବାହ କରିବାକୁ ଗୋଟେ ବର୍ଷ ଅପେକ୍ଷା କରିଥିଲେ। ଲକ୍ଷ୍ମୀ ପ୍ରଣତିଙ୍କୁ ୧୮ ବର୍ଷ ହେବା ପରେ ଦୁହେଁ ୨୦୧୧ରେ ବିବାହ କରିଥିଲେ।
୧୮ କୋଟି ଖର୍ଚ୍ଚ ହୋଇଥିବା ଏହି ବିବାହରେ ୧୦ ହଜାରରୁ ଅଧିକ ଲୋକ ସାମିଲ ଥିଲେ। ଯେଉଁଥିରେ ଅଧିକାଂଶ ଜୁନିଅର ଏନଟିଆରଙ୍କ ଫ୍ୟାନ୍ସ ଥିଲେ। ଜୁନିଅର ଏନଟିଆରଙ୍କ ନେଟଓ୍ଵାର୍ଥ ୪୪୦ କୋଟି ଟଙ୍କା । ଏବେ ପ୍ରତି ଫିଲ୍ମକୁ ୨୦ କୋଟି ଟଙ୍କା ଚାର୍ଜ କରୁଛନ୍ତି ଏନଟିଆର । କିନ୍ତୁ ଫିଲ୍ମ ଆରଆରଆର ପାଇଁ ୪୫ କୋଟି ପାରିଶ୍ରମିକ ନେଇଥିଲେ ଜୁନିଅର ଏନଟିଆର।