ଦେଶରେ ଖୁବଶୀଘ୍ର ଆରମ୍ଭ ହେବ 5G ସେବା, ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : ଖୁବଶୀଘ୍ର ଦେଶରେ ଆରମ୍ଭ ହେବ 5G ସେବା। 5G ସ୍ପେକ୍ଟ୍ରମ ନିଲାମୀକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସ୍ପେକ୍ଟ୍ରମ ନିଲାମୀ ନେଇ ଦୂର ସଞ୍ଚାର ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଜୁଲାଇ ମାସ ଶେଷ ସୁଦ୍ଧା ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟା ସରିବ। ଏହାର ଅବଧି ୨୦ ବର୍ଷ ରହିବ।

ସ୍ପେକ୍ଟ୍ରମ ପାଇଁ କମ୍ପାନୀ ମାନଙ୍କୁ ଅଗ୍ରୀମ ଦେୟ ରାଶିକୁ ହଟାଇ ଦେଇଛନ୍ତି ସରକାର। ନିଲାମ ପାଇବାକୁ ଥିବା କମ୍ପାନୀ ୨୦ଟି ଇଏମଆଇରେ ସ୍ପେକ୍ଟ୍ରମ ରାଶି ପ୍ରଦାନ କରିବେ। 4G ଠାରୁ ଅଧିକ ୧୦ଗୁଣ କ୍ଷୀପ୍ର ବେଗରେ ସେବା ଦେବ 5G। ଏହା ଦ୍ୱାରା ବ୍ୟବସାୟ, ଉଦ୍ୟୋଗରେ ଅତିରିକ୍ତ ରାଜସ୍ୱ ଉତ୍ପନ୍ନ କରିବାର କ୍ଷମତା ସୃଷ୍ଟି ହେବା ସହ ନୂଆ ଯୁଗର ଆରମ୍ଭ କରିବ ବୋଲି କୁହାଯାଇଛି। 5G କ୍ଷମତା ଆଧାରିତ ସେବାକୁ ଲାଗୁ କରିବା ପାଇଁ ମିଡ୍‌ ଓ ହାଇ ବ୍ୟାଣ୍ଡ ସ୍ପେକ୍ଟ୍ରମର ଉପଯୋଗ କରାଯିବ।

Also Read: କେବଳ ଲିଚୁ ନୁହେଁ, ଏହାର ପତ୍ରରେ ବି ଭରି ରହିଛି ଅନେକ ଔଷଧୀୟ ଗୁଣ; କ୍ୟାନ୍‌ସରରୁ ଦିଏ ମୁକ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.