Below header

ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓ ଅଭିନେତ୍ରୀ ଦୀପା ସାହୁଙ୍କୁ ଡାକ୍ତରଖାନାରେ ଭେଟିଲେ ଅଭିନେତ୍ରୀ ରାଣୀ ପଣ୍ଡା,କଲେ ଆର୍ଥିକ ସହାୟତା

କେନ୍ୟୁଜ୍ (ବ୍ୟୁରୋ): ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଓ କ୍ୟାନସରରେ ପୀଡିତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଲବମ୍‌ ଓ ସିନେ ଅଭିନେତ୍ରୀ ଦୀପା ସାହୁ । ବହୁ ବରିଷ୍ଠ ସିନେ ଅଭିନେତା ଅଭିନେତ୍ରୀମାନେ ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ହସପିଟାଲ ଯାଇ ଏହି ଦୁଇ ଜଣ ଅଭିନେତା ଓ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ ।

ବିଜୟ ମହାନ୍ତିଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ରାଣୀ ପଣ୍ଡା ଏବଂ ଦୀପା ସାହୁଙ୍କୁ ଜଣେ ଭଲ ଅଭିନେତ୍ରୀ ଭାବେ ଭଲ ପାଆନ୍ତି । ଏହି ଦୁଇ ଜଣ ଅଭିନେତା ଅଭିନେତ୍ରୀ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ବୋଲି ରାଣୀ ପଣ୍ଡା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.