Below header

ପାଣିପାଗ : ଆହୁରି ଦୁଇ ଦିନ ଗରମ ଓ ଗୁଳୁଗୁଳିରୁ ନିସ୍ତାର ନାହିଁ, ୨୭ରୁ ବର୍ଷା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଠାକୁରେ ଅଣସର ଘରୁ ବାହାରି ରଥ ଚଢ଼ି ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଲେଣି । ହେଲେ କମୁନି ଗୁଳୁଗୁଳି । ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ସବୁ ଜିଲ୍ଲାରେ ଟାଣ ଖରାକୁ ଗୁଳୁଗୁଳି ଓ ଗରମ ନୟାନ୍ତ କରୁଛି । ଏଭଳି ସ୍ଥିତି ଆହୁରି ଦୁଇ ଦିନ ଧରି ରାଜ୍ୟବାସୀଙ୍କୁ ସହିବାକୁ ପଡ଼ିବ । କାରଣ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଖରା ଓ ଗରମ ରହିବ । ଅଳ୍ପ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।
ତେବେ ୨୭ ତାରିଖରେ ବର୍ଷାର ସମ୍ଭାବନା ରହିଛି । ୧୪ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ସେହିପରି ୨୮ ତାରିଖରେ ୧୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.