ଶିଳ୍ପା ସେଟ୍ଟୀଙ୍କ ରାଗ! ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନି ମାମଲା କଲେ ଦାୟର

ମୁମ୍ବାଇ: ଗଣମାଧ୍ୟମ ଉପରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ରାଗ। ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି ଶିଳ୍ପା। ପର୍ଣ୍ଣ ଚଳଚ୍ଚିତ୍ର ନିର୍ମାଣ କରିବା ଅଭିଯୋଗରେ ଫସିଥିବା ରାଜ କୁଦ୍ରାଙ୍କ ବିରୋଧରେ ଗଣମାଧ୍ୟମରେ ନୂଆ ନୂଆ ତଥ୍ୟ ଆସୁଛି।

ଏସବୁ ରିପୋର୍ଟକୁ ରାଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ହଜମ କରିପାରୁ ନାହାନ୍ତି । ଏନେଇ ସେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଅଭିଯୋଗରେ ମିଥ୍ୟା ଖବର ଜରିଆରେ ତାଙ୍କ ଛବି ଖରାପ କରାଯାଉଛି। ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଉପରେ ରୋକ୍‌ ଲଗାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ଫେସବୁକ, ଇନଷ୍ଟାଗ୍ରାମ ଓ ଗୁଗଲ ଭଳି ବିଭିନ୍ନ ସୋସିଆଲ ମିଡିଆ ବିରୋଧରେ ମଧ୍ୟ ଶିଳ୍ପା ମାମଲା ଦାଏର କରିଛନ୍ତି। ତାଙ୍କ ଅଭିଯୋଗ ଉପରେ ଆଜି ଶୁଣାଣି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.