Below header

ଡ୍ୟାନ୍ସ ସୋରେ ହେଲା କିଛି ଏମିତି, ଛୋଟ ଛୁଆର ଗୋଡ ଧରିବାକୁ ବାଧ୍ୟ ହେଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ସୋ ସୁପର ଡ୍ୟାନ୍ସର-୩ରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜଣେ ୬ବର୍ଷ ପ୍ରତିଯୋଗୀର ଡ୍ୟାନ୍ସ ଏତେ ପସନ୍ଦ ଆସିଲା ଯେ ସେ ତାହାର ପାଦକୁ ଚୁମ୍ବନ କରିପକାଇଲେ। ଏହି ଘଟଣା ପରେ ଶିଳ୍ପାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ସୁପର ଡ୍ୟାନ୍ସର ରିଆଲିଟି ସୋରେ ବିଚାରକ ଭାବେ ନଜର ଆସିଥାନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଏହି ସୋର ପ୍ରତିଯୋଗୀ କୋଲକାତାର ୬ ବର୍ଷର ରୁପସା ବତବ୍ୟାଲ ପ୍ରତ୍ୟେକ ଥର ନିଜର ପାୱାରପ୍ୟାକ୍ ପ୍ରଫର୍ମମାନ୍ସ ପାଇଁ ଦର୍ଶକ ତଥା ବିଚାରକ ମଣ୍ଡଳିଙ୍କ ମନ ଜିତିଛନ୍ତି। ଫାଇନାଲିଷ୍ଟ ହୋଇଥିବା ରୁପସା ଆସନ୍ତା ଏପିସୋଡରେ ମଧ୍ୟ କିଛି ଏପରି ଧମାକେଦାର ମୁଭ୍ସ ଦେଖାଇଥିଲେ ଯାହାକୁ ଦେଖି ବିଚାରକ ମଣ୍ଡଳୀରେ ଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, କ୍ରୋରିଓଗ୍ରାଫର ଗୀତା କପୁର ଏବଂ ନିର୍ଦ୍ଦେଶକ ଅନୁରାଗ ବାସୁ ପ୍ରଶଂସା କରି ଥକି ନଥିଲେ।

Shilpa-Shetty

୬ବର୍ଷ ରୁପସାଙ୍କ ଡ୍ୟାନ୍ସ ଦେଖି ଶିଳ୍ପା ଆଉ ନିଜକୁ ଅଟକାଇ ପାରିନଥିଲେ ଫଳରେ ସେ ସର୍ବସମ୍ମୁଖରେ ତାଙ୍କର ପାଦ ଧରି ଚୁମ୍ବନ କରିଥିଲେ। ଯାହାକୁ ଦେଖି ସେଠାରେ ଉପସ୍ଥିତ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆପଣଙ୍କୁ କହିବାକୁ ଚାହିଁବୁ ସୁପର ଡ୍ୟାନ୍ସର ରିଆଲିଟି ସୋର ଗ୍ରାଣ୍ଡ ଫାଇନାଲ ରବିବାର ଦିନ ପ୍ରସାରିତ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.