ବଲିଉଡର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ପତ୍ନୀଙ୍କ ହେଲା ଦେହାନ୍ତ

ମୁମ୍ବଇ : ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ପ୍ରଥମ ପତ୍ନୀ ତଥା ଲୋକପ୍ରିୟ ବେଙ୍ଗାଳୀ ଅଭିନେତ୍ରୀ ରୁମା ଗୁହା ଠାକୁର୍ତାଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ରୁମା ତାଙ୍କ ଘର ବାଲିଗଙ୍ଗେ ପ୍ଲେସରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ନିକଟରେ ମୁମ୍ବଇରେ ତାଙ୍କ ପୁଅ ଅମିତ କୁମାରଙ୍କୁ ଭେଟି କୋଲକତା ଫେରିଥିଲେ। ରୁମା ବିଗତ କିଛି ଦିନହେବ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ।

kishor kumar swife

ଅଭିନେତ୍ରୀ ରୁମା ୩ ନଭେମ୍ବର ୧୯୩୪ରେ କୋଲକତାରେ ଜନ୍ମ ଗ୍ରହଣ କରିଥିଲେ। ୧୯୫୧ ମସିହାରେ ସେ କିଶୋର କୁମାରଙ୍କୁ ବିବାହ କରିଥିଲେ। ମାତ୍ର ତାଙ୍କର ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ରହି ନଥିଲା। ପ୍ରାୟ ୬ ବର୍ଷ ମଧ୍ୟରେ ଛାଡ଼ପତ୍ର ନେଇ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ୧୯୬୦ ମସିହାରେ ରୁମା ଅରୁପ ଗୁହା ଠାକୁର୍ତାଙ୍କୁ ବିବାହ କରିଥିଲେ। ଜଣେ ଭଲ ଅଭିନେତ୍ରୀ ହେବା ସହ ସେ ଜଣେ ଜଣାଶୁଣା କଣ୍ଠଶିଳ୍ପୀ ମଧ୍ୟ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.