Below header

ବିବାହର ୨୦ ବର୍ଷ ପରେ ଜୀବନର ଏମିତି କିଛି ଗୁପ୍ତ କଥା ଖୋଲିଲେ ଅଭିନେତ୍ରୀ ଟ୍ଵିଙ୍କଲ ଖାନ୍ନା, ଜାଣନ୍ତୁ ରାଜ୍

ଅଭିନେତ୍ରୀ ଟ୍ଵିଙ୍କଲ୍‌ ଖାନ୍ନା ଯଦିଓ ଫିଲ୍ମ ପରଦାରୁ ଦୂରେଇ ଯାଇଛନ୍ତି, ହେଲେ ସୋସିଆଲ୍‌ ମିଡିଆରେ ସର୍ବଦା ତାଙ୍କର ମଜାଦାର ପୋଷ୍ଟ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ଏଥର ସେ ଏମିତି କିଛି ମଜାଦାର ପୋଷ୍ଟ କରିଛନ୍ତି ଯାହା ଭାଇରାଲ୍‌ ହେବାରେ ଲାଗିଛି । ଅକ୍ଷୟଙ୍କ ସହ ତାଙ୍କ ବିବାହକୁ ଏବେ ୨୦ ବର୍ଷ ପୁରିଛି । ଟ୍ଵିଙ୍କଲ ଏବେ ତାଙ୍କ ପିଲା ଦିନର କିଛି ସ୍ମୃତି ସେୟାର କରିଛନ୍ତି ସୋସିଆଲ ମିଡିଆରେ ।

twinkle
photo credit:DNA India

ସେ ତାଙ୍କ ସ୍କୁଲ ଜୀବନର କିଛି କଥା ମନେ ପକାଇ କୁହନ୍ତି େ ଯ ସେ ଯେତେବେଳେ ସ୍କୁଲରେ ପଢ଼ୁଥିଲେ ସେ ତାଙ୍କର ଜଣେ ସ୍କୁଲ ମେଟ୍‌କୁ ମନ ଦେଇ ଦେଇଥିଲେ । ସେ ତା’ପ୍ରେମରେ ଏମିତି ଡୁବି ଯାଇଥିଲେ ଯେ ତାଙ୍କର ହୋସ ବି ନଥିଲା । ଏମିତି ବି ହୋଇଥିଲା ଯେ ସ୍କୁଲ ଛୁଟି ହୋଇଯିବା ପରେ ବି ଉଭୟେ କ୍ଲାସ ରୁମ୍‌ରେ ବସି ରହିଥିଲେ ଆଉ ରୁମ ବନ୍ଦ ହୋଇଯାଇଥିଲା । ଏବେ ଯଦି ସେ ପିଲା ତାଙ୍କ ସାମ୍ନାକୁ ଆସିବେ ବି ସେ ଚିହ୍ନି ପାରିବେ ନାହିଁ । ଟ୍ଵିଙ୍କଲ ବି ତାଙ୍କା ଜୀବନର ଏପରି ବହୁ ପର୍ସନାଲ୍‌ କଥା ଆଗରୁ ସେୟାର କରିଛନ୍ତି ।

ଯାହାକୁ ନେଇ ସେ ବହୁତ ଚର୍ଚ୍ଚିତ ମଧ୍ୟ ରୁହନ୍ତି । ୨୦୦୧ରେ ଟ୍ଵିଙ୍କଲ ଖାନ୍ନା ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ । ନିକଟରେ ଉଭୟେ ନିଜର ୨୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଟ୍ଵିଙ୍କଲଙ୍କ ବିବାହକୁ ନେଇ ଏକ ମଜାଦାର କଥା ରହିଛି । ଅକ୍ଷୟ କୁଆଡେ ସର୍ତ୍ତ ରଖିଥିଲେ ଯେ ଯଦି ଟ୍ଵିଙ୍କଲଙ୍କ ଫିଲ୍ମ ‘ମେଲା’ ଫ୍ଲପ୍‌ ହୋଇଯାଏ ତେବେ ସେ ତାଙ୍କୁ ବିବାହ କରିବେ । ମେଲା ଫ୍ଲପ୍‌ ହୋଇଗଲା ଓ ଟ୍ଵିଙ୍କଲ ଅକ୍ଷୟଙ୍କୁ ବିବାହ କଲେ । ଦୁହେଁ ଏବେ ଦୁଇ ସନ୍ତାନର ମାତା-ପିତା । ତାଙ୍କ ପୁଅର ନାମ ଆରବ ଓ ଝିଅର ନାମ ନିତାରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.