ବିଭିନ୍ନ ସ୍ଥାନରେ ସିପିଆଇ ପକ୍ଷରୁ ମାଓ ପୋଷ୍ଟର, ଦର୍ଶାଇଲେ ସରପଞ୍ଚଙ୍କ ପୁଅକୁ ହତ୍ୟା କରିବାର କାରଣ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଝିରୀପାଣି ପଞ୍ଚାୟତ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ସିପିଆଇ ପକ୍ଷରୁ ମାଓ ପୋଷ୍ଟର ମରାଯାଇଛି। ଭଙ୍ଗାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭବାନୀଶଙ୍କର ପାତ୍ର ଓ ଗୁଚ୍ଛାଗୁଡ଼ା ଗାଁର ହେମନ୍ତ ପାତ୍ରଙ୍କୁ କାହିଁକି ମୃତ୍ୟୁ ଦଣ୍ଡ ଦିଆଗଲା ସେ ନେଇ ପୋଷ୍ଟରରେ ଉଲ୍ଲେଖ କରିଛି ବଂଶଧାରା ଘୁମୁସର ନାଗାବଳି ଡିଭିଜିନାଲ କମିଟି। ୨୦୨୦ ସେପ୍ଟେମ୍ବର ୨ ତାରିଖରେ କନ୍ଧମାଳ ଓ କଳାହାଣ୍ଡି ସୀମାନ୍ତ ସିରକି ଜଙ୍ଗଲରେ ଏନ୍‌କାଉଣ୍ଟରରେ ନିହତ ୫ ମାଓବାଦୀଙ୍କୁ ମାରିବାରେ ଏହି ଦୁଇ ଜଣ ପୋଲିସ ଇନଫର୍ମର ଭାବେ କାମ କରିଥିବା ଉଲ୍ଲେଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.