ଜାତିଆଣ ମନ୍ତବ୍ୟ ଦେଇ ଗିରଫ ହେଲେ ଅଭିନେତ୍ରୀ ୟୁବିକା ଚୌଧୁରୀ, ୩ ଘଣ୍ଟା ପଚରାଉଚରା ପରେ ମିଳିଲା ଜାମିନ
‘ବିଗ୍ ବସ୍’ ଫେମ୍ ଅଭିନେତ୍ରୀ ୟୁବିକା ଚୌଧୁରୀଙ୍କୁ ଗତକାଲି ହରିୟାଣା ପୋଲିସ ଗିରଫ କରିଥିଲା। ଅଭିନେତ୍ରୀଙ୍କ ଉପରେ ଏସସି/ଏସଟି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ୟୁବିକା ଏକ ଭିଡିଓରେ ଅନୁସୂଚିତ ଜାତି ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏନେଇ ହାଂସି ଥାନା ପୋଲିସ ତାଙ୍କୁ ପ୍ରାୟ ତିନି ଘଣ୍ଟା ଧରି ପଚରାଉଚରା କରିବା ପରେ ଜାମିନ ମିଳିଛି।
ଅଭିନେତ୍ରୀଙ୍କ ଓକିଲ ଅଶୋକ ବିଷ୍ଣୁ ଗଣମାଧ୍ୟମକୁ କହିଛନ୍ତି, ‘ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମୋର କ୍ଲାଇଣ୍ଟ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ଅଛନ୍ତି। ବର୍ତ୍ତମାନ ନଭେମ୍ବର ୨୪ ରେ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।’
ସୂଚନା ଅନୁଯାୟୀ, ଚଳିତ ବର୍ଷ ମେ ମାସରେ ୟୁବିକା ତାଙ୍କ ସ୍ୱାମୀ ତଥା ଅଭିନେତା ପ୍ରିନ୍ସ ନରୁଲାଙ୍କ ସହ ଏକ ଭିଡିଓ କରିଥିଲେ। ଭିଡିଓରେ ସେ ଜାତିଆଣ ମନ୍ତବ୍ୟ ଦେଇଥିଲେ। ଯେତେବେଳେ ମାମଲା ବଢିବାକୁ ଲାଗିଲା, ୟୁବିକା କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ, ସେ ସେହି ଶବ୍ଦର ଅର୍ଥ ଜାଣି ନାହାଁନ୍ତି। ଏହା ପରେ ଦଳିତ ଅଧିକାର କର୍ମୀ ରଜତ କଲସନ ଅନୁସୂଚିତ ଜାତି ଓ ଜନଜାତି ଆଟ୍ରୋସିଟି ଆକ୍ଟ ଅନୁଯାୟୀ ହାଂସିରେ ଅଭିନେତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ।
Hansi, Haryana | My client has joined the investigation as per the guidelines given by the High Court and she is on interim bail now (in a case of alleged offensive remarks against Scheduled Castes on a social media platform): Ashok Bishnoi, lawyer of actress Yuvika Chaudhary pic.twitter.com/l459AsCmsN
— ANI (@ANI) October 18, 2021
ନିକଟରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ସାଥୀ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ବିପକ୍ଷରେ ଜାତିଗତ ଟିପ୍ପଣୀ ଦେଇ ଗିରଫ ହୋଇଥିଲେ। ଜାତିଗତ ଟିପ୍ପଣୀ କରିବା ମାମଲାରେ ହରିୟାଣା ହିସାର ଜିଲ୍ଲାରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ଗିରଫ କରାଯାଇଥିଲା। ରଜତ କଲସନ ଯୁବରାଜଙ୍କ ନାମରେ ଏସ୍ସି ଏସ୍ଟି ମାମଲାରେ ଏଫ୍ଆଇଆର୍ କରିଥିଲେ । ତେବେ ହାଇକୋର୍ଟଙ୍କ ଆଦେଶ ଉପରେ ଯୁବରାଜଙ୍କୁ ଔପଚାରିକ ଜାମିନ ମିଳିଥିଲା।