କେନ୍ଦୁଝର ତେନ୍ତୁଳିପୋଷି ଗାଁ ନିକଟରେ ୧୦ ଫୁଟର ଅଜଗର ସାପ ଉଦ୍ଧାର

ଘଟଗାଁ(କେନ୍ଯୁଜ୍): ସାପ ନାଁ ଶୁଣିଲେ ମଣିଷ ଅତର୍କିତ ଭାବେ କେଉଁଆଡେ ଧାଇଁବାକୁ ଲାଗେ। ଆଉ ବେଳେ ବେଳେ ଭୟଙ୍କର ସାପ ସାମ୍ନାରେ ପଡିଗଲେ କଥା ସରିଲା। ଆମ ଚାରି ପାଖରେ ଏମିତି ଅନେକ ପ୍ରକାର ବିଷାକ୍ତ ସାପ ଦେଖିବାକୁ ମିଳିଥାଏ। କେତେବେଳେ ନିଜ ବାଡି ଭିତରେ କିମ୍ବା ଘରେ। ଅନେକ ପ୍ରକାର ସାପ ଆପଣ ଦେଖିଥିବେ। ଅନେକ ଥର ସୋସିଆଲ ମିଡିଆରେ ଭାଇରଲ ଭିଡିଓ ମଧ୍ୟ ଦେଖିଥିବେ। ତେବେ ଏମିତି ଘଟଣା ପୁଣି ଘଟିଛି।

ଏକ ୧୦ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ତେନ୍ତୁଳିପୋଷି ଗାଁ ନିକଟରେ ଏକ ବିଶାଳ ଅଜଗର ସାପ ଦେଖିବାକୁ ମିଳିଛି। ବିଶାଳ ଅଜଗର ସାପକୁ ଦେଖି ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଘଟଣା ସଂପର୍କରେ ବନ ବିଭାଗକୁ ଖବର ଦିଆଯିବା ପରେ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡିଛି।

ସୂଚନା ଥାଉକି ଗତ ମାସ ୧୩ ତାରିଖରେ କେନ୍ଦୁଝରରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଥିଲା । କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଅନ୍ତର୍ଗତ ଯୋଡା କୁନ୍ଦୁରୁନାଲା ଅଞ୍ଚଳରୁ ସାପଟିକୁ ଉଦ୍ଧାର କରିଥିଲା ବନବିଭାଗ । ସୁନା ନଦୀ କୂଳରେ ଥିବା ରାଜୁ କାରୁଆଙ୍କ ପାରିବା ବାଡିକୁ ରାତିରେ ଅଜଗରଟି ପଶି ଆସିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.