ହସପିଟାଲରେ ଆଡମିଟ୍‌ ହେଲେ ଅଦା ଶର୍ମା, ଡାଇରିଆ ଏବଂ ଫୁଡ ଆଲର୍ଜି ଯୋଗୁଁ ବିଗିଡିଲା ସ୍ୱାସ୍ଥ୍ୟ

ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍‌ ଖରାପ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାଇରିଆ ଏବଂ ଫୁଡ ଆଲର୍ଜି ହୋଇଥିବା ସୂଚନା । ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ହେଉଛନ୍ତି ଅଦା ଶର୍ମା ।

‘ଦ କେରଳ ଷ୍ଟୋରୀ’ ଫେମ୍‌ ଅଭିନେତ୍ରୀ ଅଦା ଶର୍ମା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାଇରିଆ ଏବଂ ଫୁଡ ପଏଜିଂ ଯୋଗୁଁ ତାଙ୍କୁ ଦେହ ଅସୁସ୍ଥ ହୋଇପଡିଥିଲା, ତେଣୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତ୍ରୀ । ଅଦା ଶର୍ମା ନିଜ ସିରିଜର ପ୍ରମୋସନକୁ ଯାଇଥିବା ବେଳେ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡିଥିଲା । ତେବେ ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି ।

ଅଦା ଶର୍ମା ଏବେ ଅପକମିଂ ସିରିଜ ‘କମାଣ୍ଡୋ’ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମରେ ଭାବନା ରେଡ୍ଡୀ ଭୂମିକାରେ ନଜର ଆସିବେ । ଆକ୍ସନ ଥ୍ରୀଲର ସିରିଜ ଖୁବଶୀଘ୍ର ରିଲିଜ ହେବ । ଏଥିରେ ଅଦାଙ୍କ ସହିତ ପ୍ରେମ ମଧ୍ୟ ନଜର ଆସିବେ । ପ୍ରେମ ଏହି ସିରିଜରେ ଡେବ୍ୟୁ କରୁଛନ୍ତି । ଏହାଛଡା ଅମିତ ସିୟାଲ, ତିଗମାଂଶୁ ଧୁଲିଆ ଏବଂ ମୁକେଶ ଛାବ୍ରା ମୁଖ୍ୟ ଭୂମିକାରେ ନଜର ଆସିବେ ।

 

View this post on Instagram

 

A post shared by Adah Sharma (@adah_ki_adah)

ବିପୁଲ ଅମୃତଲାଲ ଶାହ ଏବଂ ସାନସାଇନ ପିକଚର୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ଡିଜନୀ ହଟଷ୍ଟାରରେ ଖୁବଶୀଘ୍ର ରିଲିଜ ହେବ । କମାଣ୍ଡୋ ଫ୍ରାଞ୍ଚାଇଜ ୨୦୧୩ରେ ଫିଲ୍ମ ‘କମାଣ୍ଡୋ- ଏ ଓ୍ଵାନ ମ୍ୟାନ ଆର୍ମି’ ରୁ ଆରମ୍ଭ ହୋଇଥିଲା । ଏଥିରେ ବିଦ୍ୟୁତ ଜାମଓ୍ଵଲ ମୁଖ୍ୟ ଭୂମିକାରେ ରହିଥିଲେ । ଏହି ଫିଲ୍ମକୁ ଦର୍ଶକେ ବେଶ ପ୍ରଶଂସା କରିଥିଲେ । ତା’ ପରେ ଏହାର ସିରିଜ ଆରମ୍ଭ ହୋଇଥିଲା ।

ଫିଲ୍ମ ‘କେରଳ ଷ୍ଟୋରୀ’ ରେ ଅଦା ଶର୍ମାଙ୍କ ଭୂମିକାକୁ ସମସ୍ତେ ପସନ୍ଦ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ସମସ୍ତେ ବେଶ୍‌ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.