ବନ୍ୟା ଆଶଙ୍କା ! ସ୍ଥିତି ଉପରେ ରହିଛି ନଜର, ସମସ୍ତ ଜିଲ୍ଲାପାଳ ସଜାଗ: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢୁଛି । ତେଣୁ ରାଜ୍ୟରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ ।ଜଳସମ୍ପଦ ବିଭାଗ ଅଧିକାରୀମାନେ ସଜାଗ ଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିଛି । ହୀରାକୁଦ ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢୁଛି । ତେଣୁ ରାଜ୍ୟରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇପାରେ । ଦିନ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପିକ୍‌ରେ ପହଞ୍ଚିବ ବନ୍ୟାଜଳ । ମୁଣ୍ଡଳିରେ ୯ ଲକ୍ଷ ୫୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେବ ।

ଆଜି ରାତି ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତାକାଲି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ପହଞ୍ଚିବ ବନ୍ୟାଜଳ । ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଟିମ୍‌ ନିୟୋଜିତ ହୋଇଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି । ସମସ୍ତେ ସଜାଗ ରହିଛନ୍ତି । ଜଳସମ୍ପଦ ବିଭାଗ ଅଧିକାରୀମାନେ ସଜାଗ ଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.