ରାସ୍ତାରୁ ଖସି ଖାଲରେ ପଡିଲା ବସ୍‌: ବାଘ ସଫାରୀରେ ଫସି ରହିଲେ ୩୦ ପର୍ଯ୍ୟଟକ

ନନ୍ଦନକାନନରେ ଘଟିଛି ଏକ ବଡ ଅଘଟଣ। ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ଜଣ ପର୍ଯ୍ଯଟକ। ତେବେ ବସ୍ ଫସିବା ପରେ ଆତଙ୍କିତ ଥିଲେ ପର୍ଯ୍ୟଟକ । ଅଧଘଣ୍ଟା ପରେ ହେଲେ ଉଦ୍ଧାର।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନରେ ଘଟିଛି ଏକ ବଡ ଅଘଟଣ। ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ଜଣ ପର୍ଯ୍ଯଟକ। ଅପରାହ୍ନରେ ବାଘ ସଫାରୀକୁ ପର୍ଯ୍ଯଟକ ନେଇ ଯାଉଥିବା ସଫାରୀ ବସ୍‌ ଭାରସାମ୍ଯ ହରାଇ ମୁଖ୍ଯ ରାସ୍ତାରୁ ଏକ ଖାଲକୁ ଖସି ଝୁଲି ରହିଥିଲା। ତେବେ ବସ୍ ଫସିବା ପରେ ଆତଙ୍କିତ ଥିଲେ ପର୍ଯ୍ୟଟକ । ଅଧଘଣ୍ଟା ପରେ ହେଲେ ଉଦ୍ଧାର।

ଖବର ଅନୁଯାୟୀ, ଅପରାହ୍ନରେ ବାଘ ସଫାରୀକୁ ପର୍ଯ୍ୟଟକ ନେଇ ଯାଉଥିବା ସଫାରୀ ବସ୍ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଏକ ଖାଲକୁ ଖସି ଝୁଲି ରହିଥିଲା। ତେବେ ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଆଉ ଗୋଟିଏ ଗାଡ଼ିରେ ଯାଇ ଦୁଇଟି ବାଘମାନଙ୍କୁ କାବୁ କରି ଖୁଆଡ ଭିତରକୁ ଛାଡ଼ିବା ପରେ ପର୍ଯ୍ୟଟକଙ୍କୁ ସଫାରୀରୁ ବାହାର କରାଯାଇଥିଲା। ପୂର୍ବରୁ ମଧ୍ୟ ସିଂହ ସଫାରୀ ବସ୍‌ ଦବି ଥିବା ବେଳେ ଏବେ ବାଘ ସଫାରୀ ରେ ଏପରି ଘଟଣା ଘଟିଛି। ବାରମ୍ବାର ଏମିତି ଘଟଣା ଘଟୁ ଥିବା ବେଳେ କାହିଁକି ଡ଼୍ରାଇଭର ଅଥବା ନନ୍ଦନ କାନନ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.