ପ୍ରବଳ ସମାଲୋଚନା ପରେ ବି ଦୁଇ ଦିନରେ ୨୪୦ କୋଟି କମାଇଲାଣି ଫିଲ୍ମ ‘ଆଦିପୁରୁଷ’

ଆଦିପୁରୁଷ ସିନେମା ଆରମ୍ଭରୁ ବକ୍ସ ଅଫିସରେ ସଫଳତା ପାଇବା ଆରମ୍ଭ କରିଛି। ଦୁଇଦିନରେ  ଏହି ସିନେମା ୨୪୦ କୋଟି ଟଙ୍କାର ବେପାର କରିଛି ସାରା ବିଶ୍ୱରେ। ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୫ଟି ଭାଷା ଯଥା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ଼ରେ ପରଦାକୁ ଆସିଛି ।

ମୁମ୍ବାଇ: ଗତ ୧୬ ତାରିଖରେ ରିଲିଜ୍ ହୋଇଥିବା ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ୍‌ଙ୍କ ଭଳି ଅଭିନେତାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଆଦିପୁରୁଷ ସିନେମା ଆରମ୍ଭରୁ ବକ୍ସ ଅଫିସରେ ସଫଳତା ପାଇବା ଆରମ୍ଭ କରିଛି । ଦୁଇଦିନରେ  ଏହି ସିନେମା ୨୪୦ କୋଟି ଟଙ୍କାର ବେପାର କରିଛି ସାରା ବିଶ୍ୱରେ । ଓମ୍ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୫ଟି ଭାଷା ଯଥା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ଼ରେ ପରଦାକୁ ଆସିଛି ।

ଫିଲ୍ମକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହିତ ଅନଲାଇନରେ ଟ୍ରୋଲ କରାଯାଉଥିଲେ ମଧ୍ୟ ଏହା ବ୍ୟବସାୟିକ ସଫଳତା ପାଇଛି । ପ୍ରଥମ ଦିନରେ ୧୪୦ କୋଟି ଏବଂ ୨ୟ ଦିନରେ ୧୦୦ କୋଟିର ବ୍ୟବସାୟ କରିଛି । ମିଳିଥିବା ଏକ  ତଥ୍ୟ ଅନୁଯାୟୀ, ଦେଶରେ ଏହି ଫିଲ୍ମିଟି ପ୍ରଥମ ଦିନ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ୩୬ କୋଟି, ତେଲୁଗୁରେ ୪୮ କୋଟି, ମାଲାୟଲମରେ ୦.୪୦ କୋଟି, ତାମିଲରେ ୦.୭୦ କୋଟି ଏବଂ କନ୍ନଡ଼ରେ ୦.୪ କୋଟି ଉପାର୍ଜନ କରିଛି ।

film

ପ୍ରଥମ ଦିନର ଡୋମେଷ୍ଟିକ ବକ୍ସ ଅଫିସ କଲେକ୍ସନ ୮୫.୫ କୋଟି ଟଙ୍କା ରହିଛି । ଉକ୍ତ ସିନେମାରେ ପ୍ରଭାସ ଭଗବାନ ରାମ, କ୍ରିତି ସେନନ ସୀତା ଏବଂ ସୈଫ ଅଲ୍ଲୀ ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ଏପଟେ ଜଣାପଡିଛିକି ଆଦିପୁରୁଷ ଫିଲ୍ମର ଡାଏଲଗ୍ ବଦଳିବ । ଫିଲ୍ମ ରିଲିଜ ହେବାର ଦିନକ ପରେ ପ୍ରବଳ ସମାଲୋଚନା ହେବା ପରେ ମୁଣ୍ଡ ନୁଆଁଇଲେ ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ। କିଛି ବିବାଦୀୟ ଡାଏଲଗ ଓ ନିମ୍ନ ମାନର ଭିଏଫଏକ୍ସ ପାଇଁ ଦର୍ଶକ ଓ ସିନେପ୍ରେମୀ ଆଦିପୁରୁଷକୁ ତୀବ୍ର ସମାଲୋଚନା କରୁଛନ୍ତି ।

ଡାଏଲଗକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଏହାର କିଛି ଡାଏଲଗକୁ ପରିବର୍ତ୍ତନ କରାଯିବ ବୋଲି ସିନେମାର ସଂଳାପ ଲେଖକ ମନୋଜ ମୁଣ୍ଟାସିର ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି । ତେବେ ଡାଏଲଗକୁ ନେଇ ନିଜ ସପକ୍ଷରେ ଯୁକ୍ତି ବାଢିଛନ୍ତି। ଯୁବ ଦର୍ଶକଙ୍କୁ ଦୃଷ୍ଟିରେ ରଖି ଏଭଳି ସଂଳାପ ଲେଖାଯାଇଥିବା କହିଛନ୍ତି । ଏକ ଲମ୍ବା ଟ୍ଵିଟ କରି ଆଦିପୁରୁଷର ଡାଏଲଗ ବଦଳିବ ବୋଲି ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.