ଆସେସ ସିରିଜ ୨୦୨୩ : ମ୍ୟାଚ୍‌ ଚିନ୍ତାରେ ଅଲଗା ଅଲଗା ଜୋତା ପିନ୍ଧି ଖେଳିବାକୁ ଆସିଥିଲେ ଓଲି ରୋବିନ୍‌ସନ୍‌

ଆସେସ ସିରିଜରେ ଇଂଲଣ୍ଡର ବୋଲର ଓଲି ରୋବିନ୍‌ସନ୍‌ ଖେଳ ପଡିଆରେ ଅଲଗା ଅଲଗା ଜୋତା ପିନ୍ଧିଥିବା ନଜର ଆସିଥିଲେ । ସେ ଗୋଟେ ଗୋଡରେ ହ୍ବାଇଟ ସହିତ ବ୍ଲାକ କମ୍ବିନେସନର ଜୋତା ପିନ୍ଧିଥିବା ବେଳେ ଅନ୍ୟ ପାଦରେ ନିୟନ ଏବଂ ହ୍ବାଇଟ କଲର ଜୋତା ପିନ୍ଧିଥିଲେ ।

ଆସେସ ସିରିଜ ୨୦୨୩ର ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ମିଂହାମରେ ଖେଳାଯାଉଛି । ଇଂଲଣ୍ଡ ୩୯୩ ରନ୍‌ କରି ପ୍ରଥମ ଇନିଂସ ଘୋଷଣା କରିଥିଲା । ଏହାପରେ ଅଷ୍ଟ୍ରେଲିଆ  ପ୍ରଥମ ପାଳିରେ ୩୮୬ ରନ୍‌ କରିଥିଲା । ତୃତୀୟ ଦିନରେ ଇଂଲଣ୍ଡ ଦ୍ବିତୀୟ ପାଳିରେ ୨ ୱିକେଟ  ହରାଇ ୨୮ ରନ୍‌ କରିଥିଲା । କିନ୍ତୁ ବର୍ଷା ଯୋଗୁଁ ଖେଳ ଅଧାରେ ବନ୍ଦ ହୋଇଥିଲା । ଏହି ସମୟରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଇଂଲଣ୍ଡର ବୋଲର ଓଲି ରୋବିନ୍‌ସନ୍‌ ଖେଳ ପଡିଆରେ ଅଲଗା ଅଲଗା ଜୋତା ପିନ୍ଧିଥିବା ନଜର ଆସିଥିଲେ ।

ରୋବିନ୍‌ସନ୍‌ ମଇଦାନରେ ରହିଥିବା ବେଳେ ପାଦରେ ଅଲଗା ଅଲଗା ଜୋତା ପିନ୍ଧିଥିବାର ନଜର ଆସିଥିଲେ । ସେ ଗୋଟେ ଗୋଡରେ ହ୍ବାଇଟ ସହିତ ବ୍ଲାକ କମ୍ବିନେସନର ଜୋତା ପିନ୍ଧିଥିବା ବେଳେ ଅନ୍ୟ ପାଦରେ ନିୟନ ଏବଂ ହ୍ବାଇଟ କଲର ଜୋତା ପିନ୍ଧିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ରୋବିନ୍‌ସନ୍‌ ଅଷ୍ଟ୍ରେଲିଆ ବ୍ୟାଟର ଉସମାନ ଖ୍ବାଜାଙ୍କୁ ଆଉଟ୍‌ କରିଥିଲେ । ଖ୍ବାଜା ୧୪୧ ରନ କରି ଆଉଟ୍‌ କରିଥିଲେ ।  ସେ ୩୨୧ ବଲ ସାମ୍ନା କରି ୧୪ଟି ଚଉକା ଏବଂ ୩ଟି ଛକା ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.