Below header

ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ରେ ରାବଣ ହେବେ ସୈଫ ଅଲ୍ଲୀ ଖାନ୍‌, କରୀନା କହିଲେ –‘ଇତିହାସର ସବୁଠୁ ହ୍ୟାଣ୍ଡସମ୍‌ ଦାନବ’ 

ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ମେଗା ବଜେଟ୍‌ ୩ଡି ଫିଲ୍ମ ‘ଆଦିପୁରୁଷ’ରେ ରାବଣ ଭୂମିକାରେ ଅଭିନୟ କରିବେ ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ପ୍ରଥମ ଥର ପାଇଁ ସୈଫ ଅଲ୍ଲୀ ଖାନ୍‌ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ସହ ସ୍କ୍ରିନ୍‌ ସେୟାର କରିବେ। ଫିଲ୍ମ ନିର୍ମାତା ଏହି ଫିଲ୍ମର ଏକ ପୋଷ୍ଟର ସେୟାର କରି ସୈଫ ଅଲ୍ଲୀ ଖାନ୍‌ଙ୍କ ଭୂମିକା ବିଷୟରେ ସୂଚନା ଦେଇଛନ୍ତି।

ଆଦିପୁରୁଷ ଫିଲ୍ମର ଏହି ପୋଷ୍ଟରରେ ୧୦ଟି ମୁଣ୍ଡ ଥିବା ରାବଣଙ୍କ ଝଲକ ଦେଖିବାକୁ ମିଳିଛି। ଫଟୋ ତଳେ ଲେଖାଯାଇଛି ସୈଫ ଅଲ୍ଲୀ ଖାନ୍‌ ରାବଣ ଭୂମିକାରେ। ଏହି ଖବରକୁ ନେଇ ଫ୍ୟାନ୍‌ ବେଶ୍‌ ଖୁସି ଥିବା ଦେଖାଯାଇଛି। ତେବେ ସୈଫଙ୍କର ଏହି ନୂଆ ଲୁକ୍‌ ଏବେ ଟ୍ଵିଟରରେ ଟ୍ରେଣ୍ଡ କରୁଛି। ଅନ୍ୟପଟେ ସୈଫଙ୍କ ଏହି ଅବତାରକୁ ନେଇ ପତ୍ନୀ କରୀନା କପୁରଙ୍କର ମଧ୍ୟ ରିଆକ୍ସନ୍‌ ସାମ୍ନାକୁ ଆସିଛି। ଫିଲ୍ମର ପୋଷ୍ଟରରେ କମେଣ୍ଟ କରି କରୀନା କହିଛନ୍ତି ‘ଇତିହାସର ସବୁଠୁ ହ୍ୟାଣ୍ଡସମ୍‌ ଦାନବ…ମାଇ ମ୍ୟାନ୍‌ ସୈଫ୍‌ ଅଲ୍ଲୀ ଖାନ୍‌’।

ଫିଲ୍ମରେ ବାହୁବଳୀ ଫେମ୍‌ ସୁପରଷ୍ଟାର ପ୍ରଭାସ ଆଦିପୁରୁଷ ବା ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମଟି ହିନ୍ଦୀ ଓ ତେଲୁଗୁରେ ସୁଟିଂ ହେବ। ଏହାକୁ ତାମିଲ, ମାଲାୟାଲମ୍‌, କନ୍ନଡ଼ ସମେତ ଆଉ କିଛି ଭାଷାରେ ମଧ୍ୟ ଡବିଂ କରିବାକୁ ଯୋଜନା ରହିଛି। ୨୦୨୧ରେ ଫିଲ୍ମର ସୁଟିଂ ଆରମ୍ଭ ହେବ ଓ ୨୦୨୨ରେ ରିଲିଜ୍‌ ହେବ। ଆଦିପୁରୁଷକୁ ପ୍ରଯୋଜନା କରୁଛନ୍ତି ଭୂଷଣ କୁମାର, କୃଷ୍ଣ କୁମାର, ଓମ୍‌ ରାଉତ, ପ୍ରସାଦ ସୁତାର ଓ ରାଜେଶ ନାୟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.