ହନିମୁନ୍‌ ପାଇଁ କଶ୍ମୀର ଗଲେ ଆଦିତ୍ୟ ନାରାୟଣ, ସେୟାର କଲେ ଶ୍ୱେତାଙ୍କ ସହ ରୋମାଣ୍ଟିକ୍‌ ଫଟୋ; ଥରେ ନଜର ପକାନ୍ତୁ

ଲୋକପ୍ରିୟ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିକଟରେ ହାତକୁ ଦି’ ହାତ ହୋଇଛନ୍ତି। ଆଦିତ୍ୟ ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ଏବେ ନିଜ ପତ୍ନୀଙ୍କ ସହ ହନିମୁନ୍‌ରେ ବାହାରିଛନ୍ତି ଆଦିତ୍ୟ। ସନା ଖାନ୍‌ଙ୍କ ପରେ ଏବେ ଏହି ଯୋଡ଼ି ମଧ୍ୟ କଶ୍ମୀରର ପ୍ରାକୃତିକ ଶୋଭାକୁ ଉପଭୋଗ କରୁଛନ୍ତି।  ପତ୍ନୀ ଶ୍ୱେତାଙ୍କ ସହ ଆଦିତ୍ୟ ଏକ ସେଲ୍‌ଫି ସେୟାର କରିଛନ୍ତି। ଫଟୋରେ ଉଭୟେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ସନା ଖାନ୍‌ ନିଜ ସ୍ୱାମୀ ମୁଫ୍‌ତି ଅନସ୍‌ ସେୟଦଙ୍କ ସହ ହନିମୁନ ପାଇଁ ଗୁଲମର୍ଗ ଯାଇଥିଲେ।

ଶ୍ୱେତା ଅଗ୍ରଓ୍ଵାଲଙ୍କ ସହ ଫଟୋ ସେୟାର କରି ଆଦିତ୍ୟ କ୍ୟାପସନ୍‌ରେ ଲେଖିଛନ୍ତି ‘ହନିମୁନ୍‌ ଆରମ୍ଭ ! ପ୍ରଥମ ଥର ପାଇଁ ପୃଥିବୀର ସ୍ୱର୍ଗ କଶ୍ମୀର ଆସିଛି।#IncredibleIndia’ ’।

ସୂଚନାଯୋଗ୍ୟ ଯେ ଆଦିତ୍ୟ ନାରାୟଣ କିଛି ଦିନ ତଳେ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିଥିଲେ। ଉଭୟ ପ୍ରଥମ ଥର ପାଇଁ ୨୦୧୦ରେ ପରସ୍ପରକୁ ‘ଶାପିତ୍‌’ ଫିଲ୍ମ ସେଟ୍‌ରେ ସାକ୍ଷାତ କରିଥିଲେ।

 

ପ୍ରକାଶ ଯେ ବିବାହ ପରେ ଆଦିତ୍ୟ ଓ ଶ୍ୱେତାଙ୍କ ରିସେପସନ୍‌ ପାର୍ଟି ହୋଇଥିଲା। ପାର୍ଟିରେ ଗୋବିନ୍ଦା, କମେଡିଆନ୍‌ ଭାରତୀ ସିଂହଙ୍କ ସମେତ ବହୁ ବଡ଼ ବଡ଼ କଳାକାର ଯୋଗ ଦେଇଥିଲେ। ପାର୍ଟିର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ମଧ୍ୟ ହୋଇଥିଲା। ରିସେପସନ୍‌ରେ ଆଦିତ୍ୟ ବ୍ଲାକ୍‌ କଲରର ସୁଟ୍‌ ପିନ୍ଧିଥିବା ବେଳେ ଶ୍ୱେତା ଲାଲ୍‌ ରଙ୍ଗର ଗାଉନ୍‌ରେ ଖୁବ୍‌ ସୁନ୍ଦର ଲାଗୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.